Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Tragedy

2  

Neelima Nivedita Behera

Tragedy

ଚୁମ୍ବନର ରଙ୍ଗ

ଚୁମ୍ବନର ରଙ୍ଗ

1 min
6.7K


ଚୁମ୍ବନର ରଙ୍ଗ ଖୋଜୁ ଖୋଜୁ

ପହଞ୍ଚିଲି ଯାଇ

କ୍ଷତାକ୍ତ ଏକ ହୃଦୟ ପାଖରେ

ବେହିସାବୀ ଗୋଟେ ମତୁଆଲାର

ଟଳମଳ ହଳେ ଓଠ ପାଖରେ...

ସମାନ ସେଇ ନାଲି ରଙ୍ଗ !


ତୃଷାର୍ତ୍ତ ଚଞ୍ଚୁ, କ୍ଷତରୁ ଧାରଧାର ବହୁଥିବା ରକ୍ତ ଓ

ବୈଶାଖ କରାଘାତରେ ଫୁଟିଥିବା କୃଷ୍ଣଚୂଡ଼ାର ପାଖୁଡ଼ାସବୁଠି ସେଇ

ଦାଉଦାଉ ଏକା ନାଲି ରଙ୍ଗ !


ଭଙ୍ଗୁର ଅଶ୍ରୁରେ ମିଶିଲାବେଳେ

ସେଇ ନାଲି ରଙ୍ଗ କିନ୍ତୁ

ପାଲଟୁଥିଲା ପାଟଳ

ଆଖିରେ ଆଞ୍ଜୁଳାଏ ଲୁହ ଧରି

କୋଇଲିର ସ୍ଵର

ଶୁଭୁଥିଲା ମୋତେ ଛଳଛଳ ।


ଚୁମ୍ବନର ରଙ୍ଗ ଖୋଜୁ ଖୋଜୁ

ପହଞ୍ଚିଥିଲି ଏକ

ଦାରୁଣ ବର୍ଷା ରାତିର ଅନ୍ଧାର ପାଖରେ

ନିର୍ଭୀକ ପ୍ରସାରିତ ଆକାଶର

ନିରବଧି ନିବିଡ଼ ଗୋଟିଏ ଆଶ୍ଳେଷରେ...

ସେତେବେଳକୁ

ଫିକା ପଡ଼ିସାରିଥିଲା ପୁରୁଣା ନାଲି ରଙ୍ଗର ଗାଢତା

ବଦଳି ସାରିଥିଲା

ପ୍ରେମ ଋତୁ, ହଜିଲା ଦ୍ଵିପ୍ରହର, ହସୁଥିବା ସବୁଜ ପତର

ଇତିରେ,

ସନ୍ଧାନର ତମାମ୍ ସୁଆଙ୍ଗ ।





Rate this content
Log in

Similar oriya poem from Tragedy