Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Inspirational

2  

Abhakanta

Inspirational

ମୋ ବିଚାରେ ମୋ ଜୀବନ

ମୋ ବିଚାରେ ମୋ ଜୀବନ

1 min
6.6K


ମୋ ବିଚାରେ ମୋ ଜୀବନ

 

ଆଭାକାନ୍ତ ମହାନ୍ତି

 

ଜୀବନ ମୂଲ        କଣ୍ଟାର ଫୁଲ

       ବାସନା ମହମହ,

ବିଚାର-ଭିଜା       ଜୀବନ ପୂଜା-

       ପାର୍ବଣ ଗହଗହ । ୦ ।

 

ଜୀବନ ଜାତି-             ଧରମେ ମାତି

       ଭୁଲଇନାହିଁ ବାଟ,

ଜୀବନ ଧନେ             ଅବା କି ମାନେ

       କରଇନାହିଁ ଆଣ୍ଟ,

ଜୀବନ ଶିଳା-             ଶେଯରେ ଖେଳା

       ପଦୁଅଁ ସମାରୋହ । ୧ ।

 

ଜୀବନ ଦୁଃଖ-            ସୁଖର ଲେଖ

       ଧାରାରେ ନୁହେଁ ବନ୍ଧା,

ଜୀବନ ଗତି        ପୁଣ୍ୟ ଭାରତୀ

       ସ୍ୱର୍ଗୀୟ ପ୍ରେମେ ଛନ୍ଦା,

ଜୀବନ ଢଙ୍ଗ       ସପତ ରଙ୍ଗ-

       ବରଣା ଅଭିନୟ । ୨ ।

 

ପ୍ରେମର ରସେ            ପ୍ରଭୁ ବିଶ୍ୱାସେ

       ଫୁଟେ ଜୀବନ ଫୁଲ,

ନହେଲେ ନାହିଁ            ସଜାଏ ହାଇ

       ଜୀବନ ନିଆଁ ଝୁଲ,

ଆତ୍ମବିଶ୍ୱାସ        ହୋଇଲେ ନାଶ

       ଜୀଇଁବା ନର୍କମୟ । ୩ ।

 

ହସରୁ ତୁମ         ଟିକେ ଦିଅମ

       ଅନ୍ୟ ଜୀବନେ ଢାଳି,

ପାଇବ ସତ        ଜୀବନ ଅର୍ଥ

       ସାମର୍ଥ ମତୁଆଳି,

ଆଶାର ଦାସ              ନହୋଇ ନାଶ

       ଜୀବନୁ ହାୟ ହାୟ । ୪ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in