Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

2  

Raja Sekhar CH V

Others

ଧନ ପାଇଁ ବାତୁଳ ଦୌଡ଼ାଦୌଡ଼ି

ଧନ ପାଇଁ ବାତୁଳ ଦୌଡ଼ାଦୌଡ଼ି

1 min
477


ମଣିଷ ସୃଜନ କରିଲା ଧନର ଅବବୋଧ,

ଏହି ମହୁ ସମ ସୁମଧୁର ମାଧ୍ୟମ ର ନାହିଁ କୌଣସି ପ୍ରତିରୋଧ |୧|


ସମସ୍ତ କ୍ଷେତ୍ରରେ ହେଉଛି ମୁଦ୍ରାର ବ୍ୟବହାର,

ଅଧିକ ଧନ ସମ୍ପତ୍ତି ବଦଳାଇ ଦେଉଛି ବହୁ ଜଣଙ୍କ ବ୍ୟବହାର |୨|


ପ୍ରତି ବ୍ୟକ୍ତି ଚଲାଇଛି ଧନ ପାଇଁ ବାତୁଳ ଦୌଡ଼ାଦୌଡ଼ି,

ପ୍ରାୟଃ ସମସ୍ତ ଜନ ସବୁ କଷ୍ଟ ନଷ୍ଟ ସହୁଛନ୍ତି ପଇସା ପାଇଁ ଗଡ଼ିପଡ଼ି |୩|


ଟଙ୍କା ପାଇଁ ବହୁ ଲୋକ ହୋଇ ସାରିଲେଣି ବିକ୍ରୟଯୋଗ୍ୟ,

ଏକ ମୃଗତୃଷ୍ଣା ହୋଇ ସାରିଲାଣି ଯେ ଧନ ସମ୍ପତ୍ତି ବଦଳିବ ଜୀବନର ଭାଗ୍ୟ |୪|


ମାନବୀୟ ବନ୍ଧନର ମୂଲ୍ୟ ହେଲାଣି ହ୍ରାସ,

ନିର୍ଧନ ବ୍ୟକ୍ତି କୁ କେବଳ ମିଳୁଛି ଅପମାନ ପରିହାସ |୫|


ଆର୍ଥିକ ମୂଲ୍ୟ ଦେଉଛି ମଣିଷ କୁ ସାମାଜିକ ଶକ୍ତି ବସ୍ତୁବାଦ ସମ୍ମାନ,

ଏହା କେବେ ନୁହେ ସମାଜ ବ୍ୟବସ୍ଥାରେ ସମୁଚିତ ବିଧାନ |୬|


ମନୁଷ୍ୟ ଦେଇ ପାରୁନାହିଁ ସ୍ୱାସ୍ଥ୍ୟ ଚିତ୍ତବିନୋଦନ ହେତୁ ଗୁରୁତ୍ୱ,

ସବୁ ସ୍ଥାନରେ ଦିଶୁଛି କେବଳ ଅର୍ଥ ଲାଭ ପାଇଁ ଅନୁଚିତ ଅର୍ଥହୀନ ଆୟାସ ର ମହତ୍ତ୍ୱ |୭|


ନିଜ କବର ପହଞ୍ଚିବା ପର୍ଯ୍ୟନ୍ତ ମାନବ କରିଚାଲିବ ଏହି ନିର୍ବୋଧ ଦୌଡ଼,

ନିଜ ଜୀବନ ର ସମୟ ର ମୂଲ୍ୟ ଜାଣିବ ଯେବେ ପାଇବ ମୃତ୍ୟୁ ର ମାଡ଼ |୮|


Rate this content
Log in