Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Drama

3  

Prasant Kumar Nath

Drama

ଆମ ଐତିହ୍ୟ

ଆମ ଐତିହ୍ୟ

1 min
254


ଆମରି ଐତିହ୍ୟ ଆମରି ସଭ୍ୟତା

ଅଟଇ ସବୁଠି ନିଆରା

ପର୍ବ ପର୍ବାଣିରେ ଫୁଟି ଦିଶୁଥାଇ

ଆମରି ଖୁସିର ଫୁଆରା ।


ଆମେତ ଓଡ଼ିଆ ଭାଷାଟା ବଢିଆ

ବଢିଆ ଆମ ପରମ୍ପରା

ବାର ମାସେ ଆମେ ତେର ପର୍ବ ପାଳୁ

ଆମ ଐତିହ୍ୟ ଅପାସୋରା ।


ବାର ହାତୀ ଶାଢ଼ୀ ପିନ୍ଧି ଆମ ନାରୀ

ମଥାରେ ଓଢଣା ଦିଅନ୍ତି

ଗୁରୁ ଗୁରୁଜନ ସଂମ୍ମାନାର୍ଥେ ସିଏ

ଥିରି ଥିରି କଥା ହୁଅନ୍ତି ।


ଘରର ଆଗରେ ଚଉଁରାଟେ ଥାଏ

ସବୁ ଓଡ଼ିଆଙ୍କ ଦାଣ୍ଡରେ

ମାଆ ବୃନ୍ଦାବତୀ ପୂଜା ପାଉଥାନ୍ତି

ସବୁ ସକାଳ ଓ ସଞ୍ଜରେ ।


ଶଙ୍ଖ ହୁଳହୁଳି ଶବଦ ଶୁଭଇ

ସବୁ ମାଙ୍ଗଳିକ କାର୍ଯ୍ୟରେ

ପାଞ୍ଜି ପୁରାଣରେ ବର୍ଣ୍ଣିତ ହୁଅଇ

ତିଥି ବାର ସବୁ ଧାର୍ଯ୍ୟରେ ।


ମଗୁଶୁରେ ଆମ ମାଣ ବସୁଥାଏ

କାର୍ତ୍ତିକରେ ହୁଏ ହବିଷ

ପୂଜା ପର୍ବ ପଡୁଥାଏ ଆମ ପାଇଁ

ସବୁ ମାସ ଆଉ ବରଷ ।


ଗୋବର ପାଣିରେ ଲିପା ହୋଇ କାନ୍ଥ

ଝୋଟି ଚିତା ଯେତେ ପଡଇ

ପିଠା ପଣା ମହକରେ ଘରଦ୍ୱାର

ଖାଲି ମହ ମହ ଵାସଇ ।


ଆମ ଏ ସଭ୍ୟତା ଆମରି ଚଳଣି

ଆଉ କେଉଁଠାରେ ମିଳେନା

ଆମ ପରମ୍ପରା ଅଟଇ ନିଆରା

କେବେ ତାକୁ ଭୁଲି ହୁଏନା ।



Rate this content
Log in

Similar oriya poem from Drama