ସୁଧୁରୁନି ସମାଜ
ସୁଧୁରୁନି ସମାଜ
ଏ କି ଯୁଗ ଆସିଲା ଦେଖ
ନାରୀଙ୍କୁ ଅସ୍ତ୍ର କରୁଛନ୍ତି
ଅଧିକାର ଦେବା ନାମରେ
ଶୋଷଣ ନିତି ଯେ କରନ୍ତି ॥
ଟେକାଟେକି କରିଣ କେତେ
ନାରୀଙ୍କୁ ଆପଣା କରାନ୍ତି
ଯେଉଁ ନାରୀ କରଇ ମନା
ଜୀବନରୁ ମାରି ଦିଅନ୍ତି ॥
ଭିନ୍ନ ଭିନ୍ନ ରୂପେ ନାରୀକୁ
ପୂଜାପୂଜି ନିତ୍ୟ କରନ୍ତି
ସକଳ ଶକ୍ତିର ଆଧାର
କହି ଧନ ସବୁ ଲୁଟନ୍ତି ॥
ପ୍ରେମ କରି ପ୍ରେମ ଜାଲରେ
ଅଜ୍ଞାନୀ ନାରୀଙ୍କୁ ଫସାନ୍ତି
ପ୍ରତିବାଦ କଲେ ଥାନାରେ
ପୋଡିଜାଳି ମାରିଦିଅନ୍ତି ॥
ପୋଲିସ୍ ଓକିଲ ଡାକ୍ତର
ସଭିଏଁ ନିଷ୍ଠୁର ହୁଅନ୍ତି
ଟଙ୍କା ମିଳିଗଲେ ମୁଣାକୁ
ମିଛ ବୋଲି ସବୁ କୁହନ୍ତି ॥
ଦୋଷୀକୁ ନିର୍ଦ୍ଦୋଷୀ କହନ୍ତି
ନିର୍ଦ୍ଦୋଷୀକୁ ଦଣ୍ଡ ଦିଅନ୍ତି
ଅସମ୍ଭବ ସମ୍ଭବ କରି
ଟଙ୍କାର ଗାଦିରେ ଫୁଲନ୍ତି ॥
ଶିକ୍ଷାର ଉନ୍ନତି କରିବା
କହି ଘରଘର ବୁଲନ୍ତି
ସ୍କୁଲ୍ ରେ ପାଦ ଥାପିଦେଲେ
ପେଟ୍ରୋଲ୍ ପକାଈ ମାରନ୍ତି ॥
ଯୌନ ଲାଳସାରେ ପଡିଣ
ମାଆ ଭଉଣୀକୁ ଭୂଲନ୍ତି
ଆତ୍ମତୄପ୍ତି ଲାଭ କରିଣ
ବଡଲୋକିଆ ଯେ ବୋଲାନ୍ତି ।
ଦିପ୍ତୀଲେଖା ମିଶ୍ର