Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others

2  

Prasant Kumar Nath

Others

ସୁସ୍ଥ ସମାଜ ଗଢିବା

ସୁସ୍ଥ ସମାଜ ଗଢିବା

1 min
473



ଜଳ ବିନା ଅଟେ ସୃଷ୍ଟିର ବିନାଶ

ଏକଥାକୁ ମନେ ରଖିବା

ବେଳ ଥାଉଁ ଥାଉଁ ସାବଧାନ ହୋଇ

ଜଳକୁ ସଞ୍ଚୟ କରିବା ।


ଅଯଥା ଜଳକୁ ନଷ୍ଟ କରିବାନି

ଜଳର ଅଭାବ ଘଟିବ

ଜଳ ବୁନ୍ଦେ ପାଇଁ ଆମ ଏ ଜୀବନ

ଦିନେ ତ ମାଟିରେ ଲୋଟିବ ।


ଜଳର ବିହୁନେ କେତେ ଗଛଲତା

ଅକାଳରେ ଝଡି ପଡୁଛି

ସବୁଜ ଜଙ୍ଗଲ ଜଳର ବିହୁନେ

ଟାଙ୍ଗରା ଭୂଇଁଟେ ସାଜୁଛି ।


ତାଙ୍କ ଅବଦାନ ଆମପାଇଁ କେତେ

କାହାକୁ ଅଛିବା ଅଛପା

ତାଙ୍କ ଯତ୍ନ ବିନା କୁହବା କାହିଁକି

ବିପଦକୁ ଆମେ କିଣିବା ।


ଜଳ ଆଉ ବୃକ୍ଷ ଅଟନ୍ତି ଜୀବନ

ଏକଥାକୁ ମନେ ରଖିବା

ବୃକ୍ଷର ରୋପଣେ ଜଳର ସଞ୍ଚୟେ

ସୁସ୍ଥ ସମାଜଟେ ଗଢିବା ।

 


ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ପ୍ରୀତିପୁର,ଯାଜପୁର ।



Rate this content
Log in