Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sadananda Sahoo

Tragedy Classics

4.0  

Sadananda Sahoo

Tragedy Classics

ଶିବାନୀର ଶୁଭ ପରିଣୟ

ଶିବାନୀର ଶୁଭ ପରିଣୟ

2 mins
239



ଶୁଭ ଲଗନରେ ସାହାନାଇ ବାଜେ

    ବିବାହ ସୁବର୍ଣ୍ଣ ଛବି ; 

ଅଲିଅଳି କନ୍ୟା ଶିବାନୀ ଦୁହିତା

   ବେଦୀରେ ବସିବ ଆଜି !!

ହୋମ ବେଦୀ ଅଗ୍ନୀ କଲ୍ୟାଣ ଦରଦୀ

     ପ୍ରଥା ପରମ୍ପରା ବିତ୍ତ.;

ବିଧାତା ଯୋଡିଚି ସୌମ୍ୟକୁ ଶିବାନୀ

     ଦେଇ ଶୁଭ ଆଶୀର୍ବାଦ. !! 

ସଭିଙ୍କର ପ୍ରିୟ ସୁଚିସ୍ମିତା ଝିଅ

    ହୃଦୟ ପରାଣ ମିତ. ;

ଛାଡି ଚାଲିଯିବ ଆଜି ଶାଶୁ ଘର

    ହୃଦୟ କାନ୍ଦୁଛି ସତ. !! 

ଜେଜେ ଜେଜ ମାଆ ନାହାଁନ୍ତିତ ଆହା

    ଉମାରାଣୀ ବୃନ୍ଦାବନ. ;

ହୋଇଥାନ୍ତେ ଖୁସି ସବୁଠାରୁ ବେଶି

    ଶିବାନୀ ଜୀବନ ଧନ.!! 

ବୃନ୍ଦାବନ ଜେଜେ ଶୁଭାଶିଷ ଦେବେ

    ଶିବାନୀ ସେବାରେ ପ୍ରୀତ .;

ସ୍ଵର୍ଗପୁରେ ଥାଇ ଆଶୀର୍ବାଦ ଦେଇ

   ଅଜାଡିବେ ପ୍ରୀତିପୁଷ୍ପ. !! 

ବାହୁନି କାନ୍ଦିବେ ବଳରାମ ଜେଜେ

    ହାରାମଣୀ ଜେଜେ ମାଆ .;

ଶିବାନୀର. ସାଥୀ ଥିଲେ ପତିପତ୍ନୀ

    ସାର ହେବ.  ଝୁରିବାଟା !! 

ଶଙ୍କର ସୁକାନ୍ତି ନାତୁଣୀ ସରାଗି

   ଜେଜେବାପା ଜେଜେମାଆ.;

ଦଣ୍ଡେ ନଦେଖିଲେ ପଚାରନ୍ତି କେତେ

   କେମିତି ମୁର୍ଛୀବେ ଆହା !! 

ବଡ଼ବାପା ସ୍ନେହିଁ ଶିବାନୀ ଦୁଲଣୀ

     ହୃଦୟର ଗଳାମାଳି ;

ସୁକାନ୍ତ ଲକ୍ଷ୍ମୀଙ୍କ. ଆଖିର କପୋତ

    କେମିତି ସେ' ଯିବ ଛାଡି !!

ବାପା ନାହିଁ ବୋଲି ଶିବାନୀ ଜାଣିନି

     ଅଭାବ କଷଣ କିଛି ;

ଦାଦା ବଡ଼ବାପା ବଡ଼ବୋଉ ଖୁଡ଼ୀ

    ସମସ୍ତେତ ଥିଲେ ବେଢି !! 

ଶୁଭ ଆଶୀର୍ବାଦ ଦିଅ ହେ'ସୁମନ୍ତ.

     ସରଗ ପୁରରେ ଥାଇ. ;

ତଵ କନ୍ୟାରତ୍ନ. ସଂସାର ଗଢିବ

    ନୂଆ ରାଇଜକୁ ଯାଇ. !! 

ସନ୍ତାନ ସନ୍ତତି ତଵ ପତ୍ନୀ ସୁମି 

   କୁଶଳେ ଅଛନ୍ତି ସର୍ବେ ;

ଏଶୁଭ ବିବାହ ହଉ ଶୁଭମୟ

   ଓହ୍ଲେଇ ଆସ'ହେ ଭବେ !!

ପ୍ରିୟ ଦାଦା ଖୁଡ଼ୀ ରତ୍ନ ଗଳାମାଳି

    ହେମନ୍ତ ଓ ଗୀତାଞ୍ଜଳି ;

କନ୍ୟା ଦାନ ପାଇଁ ନିଷ୍ଠାରେ ଅଛନ୍ତି

    ଊପବାସେ ପରା ରହି !! 

ବେଦୀ ମୂଳେ ସ୍ବପ୍ନ ଉଦ୍ଭାସିତ ହେବ

     ସମର୍ପିବେ କନ୍ୟା ରତ୍ନ ; 

ହବପର ଗୋତ୍ରୀ ଶିବାନୀ ଦୁଲଣୀ

     ବିଧିର ବିଧାନ ସତ୍ଯ.  !!

ଶିବାନୀ ସହିତ ଅତୁଟ ସମ୍ପର୍କ

    ହୋଇ ପାରିବନି କ୍ଷୀଣ.;

ସ୍ନେହିଁ ଦାଦା ଖୁଡ଼ୀ ଶୁସାନ୍ତ ଓ ଚାରୁ

    ହୃଦୟରେ ଅଛି ସ୍ଥାନ. !! 

ହୃଦୟ ମନ୍ଦିରେ ରଖିବ ସରାଗେ

     ଭୁଲିବନି ଦାଦା ଖୁଡ଼ୀ ;

ମୁଁ ତୁମ ଶିବାନୀ ହେ'ସନ୍ତୋଷ କୁନି

    ଯାଉଚି ତୁମକୁ ଛାଡି !! 

ଲିପୁ ଇତି ଅତି ସମ୍ପର୍କ ସରାଗି

   ସାନବାପା ସାନବୋଉ. ; 

ଶିବାନୀ ଦୁଲଣୀ ଭୁଲି ପାରିବନି

 ଯେତେ ଦୂରେ ପଛେ ଯାଉ.!!

କାନ୍ଦିବୁନି ବୋଉ ଯାଉଚିଲୋ ମୁଉଁ

     କୁଳବଧୂ ପରା ସାଜି ;

ବାରତା ପାଇଲେ ସଅଳେ ଆସିବି

    ପାରିବିନି ଜମା ମୁର୍ଚ୍ଛି !!

ଦୁହିତା ଜନମ ଦୁଇ କୁଳକୁ ଲୋ

    ଏକଥାଟି ଅଛି ଲେଖା ; 

ବାପଘର ଛାଡି ଶାଶୁ ଘର ଯିବି

   ନିତି ହବନି ଲୋ. ଦେଖା !!

ଜନମ ମାଟିର ସରିଗଲା ଖେଳ

    ଯାଉଛି ମୁଁ ଶାଶୁଘର ;

ବିଧିର ବିଧାନ କେକରିବ ଆନ

    କରିବନି ମୋତେ ପର.!! 

ଶୁଭ ଆଶୀର୍ବାଦ ମୋ ଠାରେ ଠୁଳ

    ସଭିଁଙ୍କର. ସୁନା ଝିଅ.;

କାନ୍ଦନାହିଁ କେହି ଶିବାନୀ କହୁଛି

   ଖୁସିରେ ବିଦାୟ ଦିଅ. !!    

ମୋ ସୁନା ଭଉଣୀ ଟିକି ସାନ ଭାଇ

    ଭୁଲିତ ଯିବନି ମୋତେ ; 

ଲିଟିଲି କମଳ ଗୁଡୁ କୁନୁ ମୁନୁ

   ଝୁରିବ ଶିବାନୀ ସତେ  !! 

ରିକି ରିମି ଦୁଇ ସ୍ନେହଁ ସରାଗିନି

    ଶିବାନୀ ନାନୀର.ପ୍ରିୟ. ;

ନିତି ସଂଜ ହେଲେ ଖୋଜିତ.ବୁଲିବେ

    ନାନୀ କାହିଁ ଗଲା କୁହ.!!

ଜଗତର ନାଥ ସହାୟ ହୋଇଵ

   ସୌମ୍ୟ ସୁଚି ତଵ ଧନ. ; 

ବିପଦ ପଡ଼ିଲେ ଘଣ୍ଟ ଘୋଡେଇବ

    ଏଇ ଆମ ନିବେଦନ. !! 

ଏ ଶୁଭ ବିବାହ ସମୃଦ୍ଧି ବିଜୟ

   ଭରିଦେଉ ସୁଖଶାନ୍ତି ; 

ଶୁଭେଚ୍ଛୁ ଅତିଥି ଢାଳହେ ପୀରତି

    ହସୁଏ ଶିବାନୀ ନିତି !! 

ହେଚନ୍ଦ୍ର ଶେଖର ଜାଗୁଳାଇ.ମାତ

    ଶୁଭାଶିଷ ଢାଳିଦିଅ.

ନିରିମାଖୀ ବାଳି ଶିବାନୀ ଦୁଲଣୀ

   ତୁମରି ସୁକନ୍ୟା ଝିଅ. !!


Rate this content
Log in