Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Nanda

Others

3.5  

Kalyani Nanda

Others

ଆଜି ବି ଖୋଜୁଛି

ଆଜି ବି ଖୋଜୁଛି

1 min
215




କ୍ଷୁଧା ତାର ଅପୂରଣୀୟ ,

ଆଶା ତାର ଅସୀମିତ ,

କୋଉ ଆବହମାନ ଯୁଗରୁ ଚାଲିଛି ତା ସନ୍ଧାନ,

ସେଇ ଲକ୍ଷ୍ଯ ପଥର, ସେଇ କ୍ଷୁଧା ତୃପ୍ତିର ପଥ ।

ଆଦିମ ଯୁଗରୁ ଆଜି ଯାଏ ,

ମାନବ ର କ୍ଷୁଧା ଅପରିମିତ,

ସେଇ ସେ ଆଦିମ ଯୁଗରୁ, ଆଶା, ଆକାଂକ୍ଷା ପୂରଣ ,

ଇଚ୍ଛା, ଆବଶ୍ଯକତା ପୂରଣ ହିଁ ,ତାର ଏକାନ୍ତ କାମ୍ଯ,

ସେଇଥି ପାଇଁ ଭୂମିରୁ ଭୂମା ଯାଏ,

ନଦୀ ରୁ ସାଗର ଯାଏ , ପ୍ରକୃତିର କୋଣ ଅନୁକୋଣ,

ସବୁଠି ଖୋଜୁଛି ତାର ଅନୁସନ୍ଧିସୁ ,ଗ୍ଯାନ ପିପାସୁ ମନ,

କ୍ଷଧିତ ମାନବ, ସ୍ବାର୍ଥାନ୍ବେଷୀ ମାନବ,

ଯନ୍ତ୍ରବତ୍ ଖୋଜି ଚାଲିଛି ଉତ୍ତର ଅମୀମାଂସିତ ପ୍ରଶ୍ନ ର ,

ସେଇ ସେ ଆଦିମ ଯୁଗରୁ ଆଜି ଯାଏ ,

ପ୍ରଶ୍ନ ତାର ଅନ୍ତହୀନ, ଅନୁସନ୍ଧିସୁ ତା ବ୍ୟାକୁଳ ମନ,

ଖୋଜୁଛି ଆଜି ବି ଉତ୍ତର,

ତଥାପି ମେଣ୍ଟୁନି କ୍ଷୁଧା ତାର ।


କଲ୍ଯାଣୀ ନନ୍ଦ

କଲ୍ୟାଣ ନଗର, ବୁଢାରଜା, ସମ୍ବଲପୁର, ଓଡିଶା ।


Rate this content
Log in