ଅବ୍ୟକ୍ତ ଉତ୍ତାପ
ଅବ୍ୟକ୍ତ ଉତ୍ତାପ
1 min
136
କଣେଇ ଚାହିଁଲେ ତୁମେ
ଶ୍ରାବଣଟା ନିଦାଘ ପାଲଟେ
ମାଟି ସିଲଟରେ ଶୁଖେ ଲୁହ ବିନ୍ଦୁ
କୁନା ମୋର ଯେବେ ରାହାଧରି କାନ୍ଦେ
ସତେ ଯେମିତି କରୁଣ କାହାଣୀ
ମଳି ମଳି ଆଖି ନାଲା କରିଦିଏ
ସତେ ସେମିତି ଅଦିନିଆ ଖରାବେଳେ
ବଧୁଲି ବର୍ଷା ପୁଣି ତା ଓଢଣୀ ଉଡାଏ
କାଲି ପରି ନିଗିଡେ ଅତୀତ
ଚାଲିଯାଏ ସରୁଧାର କରି
ମନର ଛାତିରେ
ବିବେକ ଶିକୁଳି ଯହିଁ କିଳିଥାଏ
ଅବ୍ୟକ୍ତ ଉତ୍ତାପ
ସିନ୍ଦୁକର ସେହି ଅମାପ ଗହିରେ
ସିନ୍ଦୁକର ସେହି ଅମାପ ଗହିରେ