Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sahitya Pujari Laxman Behara

Children Stories

3  

Sahitya Pujari Laxman Behara

Children Stories

ବିଜ୍ଞାନ ଯୁଗର ସନ୍ତାନ (ଶିଶୁ ଗୀତ)

ବିଜ୍ଞାନ ଯୁଗର ସନ୍ତାନ (ଶିଶୁ ଗୀତ)

1 min
575


ଆମେ ରେ...ଆମେ ରେ... ବିଜ୍ଞାନ ଯୁଗର ସନ୍ତାନ

ଆମେ ଆମେ ରେ... ସର୍ବଦା ରଚିବା ନୂତନ,

ମଙ୍ଗଳ ଗ୍ରହରେ କରି ଅବସ୍ଥାନ

ସାକାର କରିବା ସପନ ।

ଆମେ ରେ..... ଆମେ ରେ....... (1)


ମରୁରେ ସୃଜିବା ଝରଣାର ତାନ

ଅଂଶୁଘାତ ଭୟ କରିବା ଦମନ,

ନିମିଷକେ ଲଙ୍ଘି ସାଗର ଗଗନ

ଜୀବନ କରିବା ମହାନ ।

ଆମେ ରେ....... ଆମେ ରେ.......(2)


ଗ୍ରହ ଉପଗ୍ରହ ଗତିବିଧି ଜାଣି

କରଷଣ କଥା କହିବା ବଖାଣି,

ଖୋଳାଇବା ନଦୀ ସଂଯୋଗ ସରଣୀ

ସବୁଜେ ଭରିବା ଧରଣୀ ।

ଆମେ ରେ....... ଆମେ ରେ.......(3)


କରିବା ନୂତନ ତଥ୍ୟ ଉନ୍ମୋଚନ

ନବୀନ କୌଶଳେ ନିର୍ମାଣିବା ଯାନ,

ଉଡାଇ ଜଗତେ ବିଜ୍ଞାନ କେତନ

ରଖିବା ଦେଶର ସମ୍ମାନ ।

ଆମେ ରେ....... ଆମେ ରେ.......(4)


Rate this content
Log in