Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Inspirational

4.7  

Sukanti Hotta

Inspirational

ଭୋଟ

ଭୋଟ

1 min
351


ଭୋଟ ପାଇଁ ଏଠି ଖାଲି ହଟହଟା

ଅସଲି ନକଲି ହୁଏ

ଜିତୁ ଜିତୁ ପୁଣି କିଏ ହାରିଯାଏ

ହାରୁ ହାରୁ ଜିତିଯାଏ l


ରାଜନୀତି ଭୋଟ ନାଚଗୀତ ଭୋଟ

ଲେଖାପାଇଁ ପୁଣି ଭୋଟ

ଭୋଟ ପାଇଁ ପୁଣି ନାଟକ କରନ୍ତି

ପିନ୍ଧି ରଙ୍ଗ, କଳା, ଧଳା କୋଟ l


ଭୋଟ ପାଇଁ ପରା କେତେ ଯେ ମାଗନ୍ତି

ଲାଜ ସରମକୁ ଛାଡି

ମିଳିଗଲେ ଭୋଟ ଆଶ୍ବସ୍ତି ହୁଅନ୍ତି

ନିଶକୁ ଦିଅନ୍ତି ମୋଡି l


ପ୍ରକୃତ ଜ୍ଞାନୀ ପାଏ ନାହିଁ ଭୋଟ

ଚାଲବାଜ ବ୍ୟକ୍ତି ପାଏ

ସଠିକ ବ୍ୟକ୍ତି ପାଇଯାଏ ଯେବେ

ମନ ଆନନ୍ଦିତ ହୁଏ l


ମାଗିବାଟା ସତେ ଭାରି କଷ୍ଟ ଅଟେ

ମାଗିବା ଲୋକଙ୍କୁ ଜଣା

କେମିତି ମାଗିବ ଭାବି ଭାବି କରି

ହୋଇଯାଏ ବାଟ ବଣା l


ଜିତିବା ଲୋଭରେ ସତ ମିଛ କହି

ମାଗିଥାନ୍ତି ପରା ଭୋଟ

ଜିତିଗଲା ପରେ ନିଜକୁ ଭାବନ୍ତି

ସବୁଠୁ ବଡ଼ ଲାଠ l


ଭୋଟ ଦେବା ବ୍ୟକ୍ତି ନିଜକୁ ବଡ଼

ସବୁବେଳେ ଯେ ଭାବନ୍ତି

ଆମ ଭୋଟ ଯୋଗୁଁ ତୁମେ ଜିତିଗଲ

ଡିଣ୍ଡିମ ପିଟିଥାନ୍ତି l



Rate this content
Log in

Similar oriya poem from Inspirational