Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Writer Roja Panda

Others

4.8  

Writer Roja Panda

Others

ରୋଷେଇଶାଳ

ରୋଷେଇଶାଳ

1 min
361



ଯେଉଁଠି ଭାତ,ଡାଲି, ତରକାରୀର ଗନ୍ତାଘର

ସେ ପରା ଆମର ରୋଷେଇଶାଳ

ପନିପରିବା ଠୁ ନେଇ ମୁଗ,ହରଡ଼

ମସଲା ମସିଲି କେତେ ଜାତିର

ହଳଦୀ,ବେସନ,ବୁଟ,ମଟର

ଜୀରା,ଲଙ୍କା ସାଥେ ଧନିଆଁ ପତ୍ର

ଅଟା, ବିରିବଟା, ନଡିଆ କୋରା

ଆରିସା,ଚିତଉ,ଛଣା କାକରା

ସୁଜିରେ ତିଆରି ଉପମା ସାଥେ

ସାଗୁ ପାମ୍ପଡ଼ର ମହକ ଛୁଟେ

ଦେଶୀଗାଈ ଘିଅ,ଅରୁଆ ଅର୍ଣ୍ଣ

ସାଥିରେ ଚାଖଣା ଲେମ୍ବୁ ,ରସୁଣ

ଦେଶୀ ସାଥେ ଥାଏ ବିଦେଶୀ ମଜା

ଚାଉମିନି,ମ୍ୟାଗି, ରୋଲ, ପିଜ୍ଜା

ଦୋସା, ଚିଲି କୋବି,ମସୃମ୍,ପନିର

ମଞ୍ଚୁରିଆନ ସାଙ୍ଗକୁ ପଫ୍,ବର୍ଗର

ରୋଷେଇଶାଳେ ଥାଏ ନାନା ଦରବ

ଯାହା ଖୋଜୁଥିବ ତାହା ପାଇବ

ଭୋକର ଭରଣ କରଇ ସିଏ

ତାଠାରୁ ମହାନ ନାହିଁ ତ କିଏ...



Rate this content
Log in