Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Romance Tragedy

5.0  

ବି. ନିରୁପମା

Romance Tragedy

ନିଶ୍ଚୟ ଆସିବେ ସିଏ

ନିଶ୍ଚୟ ଆସିବେ ସିଏ

1 min
391


ରାବୁଥିଲା କୁଆ, ଅଗଣାରେ ଆଜି

ନିଶ୍ଚୟ ଆସିବେ ସିଏ ,

ଗଲା ଫଗୁଣରୁ ଏଇ ମନଟିକୁ

ଚୋରେଇ ଅଛନ୍ତି ଯିଏ ।


ସହରରେ ରହି ଉଚ୍ଚଶିକ୍ଷା ଲାଭ

କରନ୍ତି ଗାଆଁରୁ ଯାଇ ,

ଲେଖା-ଯୋଖା ସମ୍ପର୍କରେ ହେବେ ସିଏ

ସୁଷମା ନାନୀର ଭାଇ ।


ଦୋଳଯାତ ଆଉ ଦଶହରା ବେଳେ

ନାଟକରେ ସିଏ ଥିଲେ ,

ଭଲ ଅଭିନୟ କରିଛନ୍ତି ବୋଲି

ଲୋକମାନେ ମତ ଦେଲେ ।


ସୁଷମା ନାନୀଠୁ ପାଠ ବୁଝିବାକୁ

ଯାଇଥିଲି ଖରାବେଳେ ,

ଦେଖା ହୋଇଥିଲା ତାଙ୍କସହ ସେଠି

ବସିଥିଲେ ପଙ୍ଖା ତଳେ ।


କଥା ଛଳେ ମୋତେ ପଚାରି ବୁଝିଲେ

ମୋ ପାଖରୁ ସବୁ ତଥ୍ୟ ,

ସୁଯୋଗ ଉଣ୍ଡି ସେ ପରେ ପଚାରିଲେ

' ତୁ ହେବୁ କି ମନ ମିତ ! 


ଆସନ୍ତା ବରଷ ଦୋଳଯାତ ପରେ

ହେବ ମୋର ବାହାଘର ,

ସୁଷମାଠୁ ସବୁ ଖବର ବୁଝିକି

ମତାମତ ଦେବୁ ତୋର ।'


ନାହିଁ କହିବାକୁ କାରଣ ନ ଥିଲା

ଲାଜରେ ପୋତିଲି ମୁହଁ ,

କହିଲି-ମୁଁ ରାଜି,ଆଉ କେବେ ଦେଖା

ହେବ ତୁମସହ କୁହ !


ଏଇ ତିଥିକୁ ସେ କଣ୍ଟ ଦେଇଥିଲେ

ଖବର ଅଛନ୍ତି କରି ,

ସେଇଥିପାଇଁକି ସଜ ହୋଇ ମୁହିଁ

ଖୁସିରେ ବୁଲୁଛି ଘୂରି ।।


Rate this content
Log in

Similar oriya poem from Romance