ପିଲାଦିନ
ପିଲାଦିନ
ମନେ ପଡ଼ିଲେ ପିଲାଦିନର କ୍ଷଣ କ୍ଷଣ,
ପ୍ରତିଦିନ ଏବେ ଲାଗେ ଯେମିତି ପାର୍ବଣ,
ଅତି ଅଦ୍ଭୁତ ଯେ କାଳ୍ପନିକ କଥା ର ଶ୍ରବଣ,
କଷ୍ଟ ଥିଲା ଚଗଲାମି ଦୁଷ୍ଟାମୀ ର ନିୟନ୍ତ୍ରଣ |୧|
ଭାଇ ଭଉଣୀଙ୍କର ହୋଉଥାଏ ନିତିଦିନ ଯେ ରଣ,
ମାତା ପିତା ଯେ ଭାବୁଥାଅନ୍ତି ସବୁଦିନ ଯେ ନିବାରଣ,
ଜିନିଷ ସବୁ ପକେଇ ପକେଇ ଘର ହୋଉ ଥାଏ ବଣ,
ଏହି ଅମୂଲ୍ୟ ଅତୀତ ଭୁଲିବାର ନାହିଁ କୌଣସି କାରଣ |୨|
ଗୁରୁଜନ ଯେ ପ୍ରତ୍ୟହ ଶିଖାନ୍ତି ନୂତନ ସଦ୍ଗୁଣ,
ଛାତ୍ରାବସ୍ଥାରେ ହୁଏ ଯେ ସାଙ୍ଗମାନଙ୍କ ମେଳଣ,
ଅଜା ଆଈ ଶୁଣାନ୍ତି ପୁଣି କେତେ ପୁରୁଣା ପୁରାଣ,
ଖୁସି ଲାଗେ ମନେ ପକେଇଲେ ପିଲାଦିନର କ୍ଷଣ |୩|