Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପରାହତ ଝଡ

ପରାହତ ଝଡ

1 min
145


ଚାଲ ପୁଣି ଗଢିବା ଭଙ୍ଗା ସ୍ମୃତି ସାଉଁଟି

ସେଇ ଝାଟି ମାଟିରେ ନୂଆ ଘର ଏଇଠି

ମଶାଣି ଏ ଭୂଇଁରେ ସବୁଜିମା ଲୋଟିବ

ଏ ମାଟିରେ ଏଇଠି ପୁଣି ଫୁଲ ଫୁଟିବ !


ଭଙ୍ଗା ଗଢା ସଂସାରେ ଭାଙ୍ଗି କିଏ ପଡିଛି ?

କଟା ଗଛ ମୂଳରୁ କୁଆଁଟେ ତ ମେଲୁଛି !

ଆଶା‐ବୃନ୍ତ ଦୋହଲି ଗୋଟେ ଫୁଲ ଝଡିଲେ

ସ୍ତବକରୁ କଳିକା ସବୁ କ'ଣ ମଉଳେ !


ମୁକାବିଲା ପାଇଁ ତ ଏ ମଣିଷ ଜନମ

ଛାତି ତଳ ରକ୍ତ ତା' ଝଡଠୁ ବି ଗରମ

ପଙ୍କରେ ପହଁରି ପଦ୍ମ ଯେ ତୋଳୁଛି

ଝଡ ଆଜି ଧୈର୍ଯ୍ଯ ତା' ପବନରେ ମାପୁଛି ! !


Rate this content
Log in

Similar oriya poem from Inspirational