ମଧୁବାବୁ ସ୍ମରଣୀକା
ମଧୁବାବୁ ସ୍ମରଣୀକା
1 min
260
କୋଟି ପ୍ରାଣବିନ୍ଦୁ ଓଡିଆର ଇନ୍ଦୁ
ଉତ୍କଳ ଗୌରବ ସେଇ
ଅଦ୍ବିତୀୟ କୀର୍ତ୍ତି ରଖିଛି ସାଇତି
ସ୍ବାଭିମାନୀ ବୀର ହୋଇ
ଶ୍ରଦ୍ଧାଞ୍ଜଳି ଘେନି ଆସ ଭାତୃ ଭଗ୍ନୀ
ସ୍ବାଭିମାନ ଜାଗୁ ହୃଦେ
ଭାଷାର ସୁରକ୍ଷା ଆମରି ହାତରେ
ଆଗାମୀ ପୀଢିର ହିତେ....
ସ୍ଥିତି ଓ ସଂସ୍କୃତି ଐତିହ୍ୟ କୀରତି
ମନେଗୁଣୀ ବାରମ୍ବାର
ପରଭାଷା ମୋହେ ମାତୃଭାଷା ଆମ
କରନାହିଁ ହତାଦର....
【ସନ୍ତୋଷ ପଟ୍ଟନାୟକ , ଗଞ୍ଜାମ 】