ଫମ୍ପା ହାତ
ଫମ୍ପା ହାତ
1 min
276
ଅସରନ୍ତି ସପନ ଆକାଶ ଛାତିରେ
ବୁଣିଦେଇ ଯାଏ ଆଖି ,
ଧରିବାକୁ ତାକୁ ହାତ ପାଏ ନାହିଁ
ରହେ ଚାତକ ପ୍ରାୟେ ଦେଖି ।
ଶୁଖେ ନାହିଁ ଲୁହ ଛାତିରେ କୋହ
ନିଦଯାଏ କେଉଁଠି ଲୁଚି,
ସ୍ବପ୍ନେ ବଂଚିବା କାଠିକର ପାଠ
ପାରିଛି ଆଜି ମୁଁ ବୁଝି ।
ଜୀବନ ବାଟରେ ଚାଲିବାକୁ କଷ୍ଟ
ଫମ୍ପା ଥିବ ଯଦି ହାତ,
ବିରାଡି ବି ଭାବେ ନିଜକୁ ବାଘ
ଛାଡେନାହିଁ ସିଏ ବାଟ ।