ଆଉ ଏକ ମହାଭାରତ
ଆଉ ଏକ ମହାଭାରତ
ସେଇ ବର୍ତ୍ତୁଳ କାଚତଳୁ
ସେ ଦେଖୁଛନ୍ତି -
ତାପତୀର ତୀର୍ଜକ ଚାହାଁଣୀ,
ଏ ଧରାରେ କେଵେ ଅଗ୍ନିବର୍ଷା
ତ କେବେ ପୟୋଧି ଜଳର
ଭୟାବହ ଠାଣି !!
କେତେ କେତେ ବାହୁବଳୀ
ମାନଙ୍କର ବାହୁବଳ
ଆଉ ତର୍ଜନୀରତେଜ ।
ମାଟି- ପାଣି -ପଵନ ସଂଗେ
ମୁଢ଼ ମଣିଷର ବଳ କଷାକଷି
କଂକ୍ରିଟ-ଇଟାରେ ମାଟିକୁ -
ବାନ୍ଧି ଦେବା ,ଆକାଶ -ମହକାଶକୁ
କାରଖାନାର ଧୂଆଁ ରେ ବାନ୍ଧି-
ଗୋଡ-ହାତ ମୋଡି ଗୋଟିଏ କୋଣରେ ପକାଇଦେବା ;
ସବୁକିଛି ......ସବୁକିଛି
କ୍ରମଶଃ ସଂଜ ନଇଁ ନଇଁ ଆସୁଛି ।
ଗୋଟେ ଗୁଳି ବିଦ୍ଧ ଗରିଲା ପରି
ଟଳ ଟଳ ପାଦରେ ଚଟ୍ଠାଣରେ
ପିଟି ହୋଇ ଲୋଟି ପଡୁଛି ।
ଲୋମଶ ଅଂଧକାର,
ଲୋଲୁପୀ କଳାହାତ
ଲମ୍ବି ଯାଉଛି ଦୂରକୁ ଦୂରକୁ ......
ଶାଣିତ ନଖରେ କୋରିଦେଇଛି
ବିଷର୍ଣ୍ଣ ବସୁଧାର ଅବସନ୍ନ ଛାତିକୁ।
ଜିଦ୍ ଖୋର୍ ଯୁଦ୍ଧ ଲାଗି ଜଣକୁ
ହେବାକୁ ହୁଏ ଧ୍ରୁତରାଷ୍ଟ୍ର ଏବଂ ଆଉ
ଜଣକୁ ଗାନ୍ଧାରୀ ,
ବାନ୍ଧିବାକୁ ଅନ୍ଧ ପୁଟୁଳି ।
ଚାଲବାକୁ ହୁଏ-
ଆଗକୁ.... ଆଗକୁ.....
ନିଜ ପୁତ୍ରର ଶଵ ନିଜ କାନ୍ଧେଧରି
ଆଉ ଜଣେ ପିତାମହକୁ
ଶୋଇବାକୁ ହୁଏ-
ଶରଶଯ୍ୟା କରି ।