Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Classics

5.0  

Sukanti Hotta

Classics

ବନ୍ଧୁତ୍ୱର ଭାବନା

ବନ୍ଧୁତ୍ୱର ଭାବନା

1 min
165


ଜାତିଧର୍ମ ଭୂଲି ଗୋଟିଏ ସୂତାରେ

ଆସ ଆମେ ଗୁନ୍ଥି ହେବା

ବନ୍ଧୁତ୍ୱର ମୂଲ୍ୟ ସଂସାରରେ ଶ୍ରେଷ୍ଠ

ସଭିଙ୍କୁ ବୁଝାଇ ଦେବା


ରାଗ ଇର୍ଷା କ୍ରୋଧ ଅଟଇ ରାକ୍ଷାସ

ପରିତ୍ୟାଗ କରିଦେବା

ଶାନ୍ତି ଦେବଦୁତ ଅହିଁସା ହିଁ ମନ୍ତ୍ର

ସଭିଙ୍କୁ ଆମେ କହିବା


ହିନ୍ଦୁ ମୁସଲିମ ଶିଖ ଇସାଈ

ଶୁଣ ସର୍ବେ ମନ ଦେଇ

ଜାତି ସିନା ଭିନ୍ନ ଗୋଟିଏ ରକତ

ଆମେ ସବୁ ଭାଇଭାଇ


ହାଣ ମାର କାଟ କରିବାନି ଜମା

ସଭିଙ୍କୁ ସନମାନ ଦେବା

ସୁନ୍ଦର ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ ଆମେ

ଏକଜୁଟ ଆମେ ହେବା


ଶାନ୍ତି ରୂପକ ଶ୍ରେଷ୍ଠ ଅଳଙ୍କାର

ମନରେ ଆମେ ପିନ୍ଧିବା

ବନ୍ଧୁତ୍ୱର ମୂଲ୍ୟ ଗାଁ ଗାଁ ବୁଲି

ପ୍ରଚାର ଆମେ କରିବା


ସୁନ୍ଦର ପୃଥିବୀ ବୈକୁଣ୍ଠ ହେବ

ବନ୍ଧୁତ୍ୱର ପରଶରେ

ଶୀତଳ ଯୁଦ୍ଧ ଦୂର ହୋଇଯିବ

ରହିବେ ସର୍ବେ ଶାନ୍ତିରେ



Rate this content
Log in

Similar oriya poem from Classics