Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sahitya Pujari Laxman Behara

Others

3  

Sahitya Pujari Laxman Behara

Others

ନବ ବର୍ଷା

ନବ ବର୍ଷା

1 min
286


ବସନ୍ତ ଦୂତର ଶୋଭା ନିରେଖିଣ

ବସନ୍ତ ଦୂତ ଯେ’ ହୋଇଲା ଉଚ୍ଛନ,

ବସନ୍ତ ଦୂତର ଶାଖାରେ ବସିଣ

ବସନ୍ତ ଦୂତ ତୋଳିଲା ତତକ୍ଷଣ ।


ଏସନ କାଳରେ ନବଘଟ ଘନ

ଗଗନ ପ୍ରାଙ୍ଗଣ କରିଦେଲା ଘନ,

ବଜ୍ର ସଙ୍ଗତରେ ଗରଜିଲା ଘନ

ପ୍ରାଣୀହୃଦେ ଭୟ ଦେଲା ଘନଘନ ।


ଗଗନ ମାର୍ଗରେ ଦେଖି ବର୍ଷାଘୋଷ

ମଥା ଟେକି ଧ୍ୱନି କଲା ବର୍ଷାଘୋଷ,

ବରାକ ବାସେ ଯେ’ କରୁଛନ୍ତି ବାସ

ବରାକ ବୋଲିଣ ହୋଇଲେ ବିରସ ।


ବକୁର ବନଦ ଆଚ୍ଛାଦେ ଲୁଚିଲା

ବକୁର ବନଦ ଅଙ୍ଗରେ ଖେଳିଲା,

ଘନଘନ ଘନୁଁ ବାରି ବରଷିଲା

ଦିବସ ଯାମିନୀ ବାରି ଯେ’ ନୋହିଲା ।


ନଳିନୀ ହୃଦୟ ପୂର୍ଣ୍ଣ ହେଲା ଜଳେ

ନଳିନୀର ଶିରୀ ହରିନେଲା ହେଳେ,

ନାନା ବଲ୍ଲି ନୀର ଲଭି କ୍ଷେତମାଳେ

ଅଙ୍କୁରିତ ହୋଇ ବଲ୍ଲିକୁ ମଣ୍ଡିଲେ ।


Rate this content
Log in