Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ପାଣିଗ୍ରହଣ

ପାଣିଗ୍ରହଣ

1 min
164


ସୃଷ୍ଟି ଆରମ୍ଭରୁ ପଶୁଙ୍କ ଜୀବନ ମଣିଷ ବିତାଉ ଥିଲା

ନଥିଲା ବନ୍ଧନ ନଥିଲା ସମ୍ପର୍କ ସଂସାର ସୁଖ ନଥିଲା ।

ଗଛ ଡାଳେ ଅବା ପାହାଡ କୋଟରେ ରହଣି ବ୍ୟବସ୍ଥା କରି

ଧନ ଜୀବନର ସ୍ଥାୟିତ୍ବ ସ୍ଥିରତା ନଥିଲା ଆଜିର ପରି ।

ବୁଦ୍ଧି ଟିଏ ଦିନେ ପାଂଚିଲା ପୁରୁଷ ଛକି ଥିଲା ନାରୀଟିକୁ

ବାଡେଇ ଗୋଡ ତା ଭାଂଗଦେଲା ପୁଣି ଟେକି ନେଲା କୋଟରକୁ ।

ସେବା ଶୁଶ୍ରୁଷାରେ ଭଲ କରି ତାକୁ ପ୍ରେମ ଭାବ ଜଗାଇଲା

ଏକାଠି ରହିବା ପ୍ରଥମେ ଅଡୁଆ ଧୀରେ ଧୀରେ ସୁହାଇଲା ।

ପୁରୁଷର ସଂଗୃହୀତ ଖାଦ୍ୟ ମାନ ନାରୀଟି ସୁରକ୍ଷା ଦେଲା

ନାରୀର ଜୀବନ ସୁରକ୍ଷା ଦାୟିତ୍ୱ ପୁରୁଷ ନିର୍ବାହ କଲା ।

ସୂର୍ଯ୍ୟ ଚନ୍ଦ୍ର ତାରା ଦଶ ଦିଗପାଳ ସାକ୍ଷରେ ପାଣିଗ୍ରହଣ

ବିଧି ଧିରେଧିରେ ପ୍ରଚଳିତ ହେଲା ବିବାହ ତା ନାମ ଜାଣ ।

ନାରୀର ହାତକୁ ପୁରୁଷ ଗ୍ରହଣ କରେ ଦାୟିତ୍ୱ ନିର୍ବାହ

ଦଶଦୋଷ ତା'ର କ୍ଷମା କରିବାକୁ ପ୍ରତିଶୃତି ଟି ବିବାହ ।

ଆଜି ତାହା ମହା ଆଡମ୍ବରେ ହୁଏ ଡିଜେ ମଦ୍ୟର ବନ୍ୟା

ବରଯାତ୍ରୀଙ୍କ ସଂଗେ ବର ନାଚେ ନାଚୁଛି କେଉଁଠି କନ୍ୟା ।

ଯୌତୁକ ରାକ୍ଷସ କରାଳ ଦାଉରେ ନିଆଁରେ ଜଳୁଛି ବୋହୁ

ସ୍ୱେଛାଚାର ବ୍ୟଭିଚାର ଜୀବନରେ ସମ୍ପର୍କ ହୁଗୁଳା ବହୁ ।

ଯଥା ରାବଣସ୍ୟ ମନ୍ଦୋଦରୀ ଯଥା ବିଷ୍ନୋଃ ମହାଲକ୍ଷ୍ମୀ ମନ୍ତ୍ର

ଫ୍ୟାମିଲି କୋର୍ଟର ଚକ୍କର କଟାରେ ହରାଉଛି ତା'ର ତନ୍ତ୍ର ।

ତିନି ତଲାକରେ ବିଛେଦ କେଉଁଠି କଚେରୀରେ କେଶ୍ ଚାଲେ

ରୂପବତୀ ଗୁଣମତୀ ନାରୀ ଥାଉ ବାରନାରୀ ରସେ ହେଳେ ।

ଭଲ ପାଇବାର ପଣ୍ୟ କାରବାର ବିକା କିଣା ହୁଏ ପ୍ରେମ

ସିନ୍ଦୂର ଟୋପାର ମହତ ଗଲାଣି ଲିଭ୍ ଇନ୍ ରିଲେସନ ।

ବିଶେଷ ଭାବରେ ବହନ କରିବା ବିବାହର ମୂଳ କଥା

ହୁଗୁଳା ହେଲାଣି ସାତ ଜନମକୁ ସାଥୀ ଆଣିଦିଏ ବ୍ୟଥା ।

କୁଳଦୀପ ଛୁଇଁ ଶପଥ କରିବା ଏକପତ୍ନୀ ବ୍ରତ ରାମ

ସତେ କି ଫେରିବ ଭାରତ ସଂସ୍କୃତି ଦେଖାଇବ ତା'ର ଦମ !!

-ବିଶ୍ୱେଶ୍ୱର ମାଝୀ-


Rate this content
Log in