Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Others

5.0  

Kamal Kumar Dash

Others

ତୁମେ ଗଲା ପରେ

ତୁମେ ଗଲା ପରେ

1 min
117



ତୁମେ ଗଲା ପରେ ସବୁ ବଦଳିଛି 

  ବଦଳିଛି ସଞ୍ଜ ମୋର 

ବଦଳିଛି ସବୁ    ସପନର କଥା 

  ଭାଙ୍ଗିଛି ସେ ବାଲିଘର ।

ନାହିଁ ପକ୍ଷୀରାଜ  ଚଢି ବୁଲିବାକୁ 

  ତୁମ ସାଥେ ସରଗରେ 

ଜହ୍ନକୁ ଛୁଇଁବା  ତାରାଙ୍କୁ ତୋଳିବା 

   ଭାସିବା ମେଘ ଭିତରେ।

ହସୁଥିଲେ କେତେ  ଗପୁଥିଲେ କେତେ 

   ଗଢୁଥିଲେ ବାଲିଘର 

ତୁମେ ଗଲାପରେ  ଆଖିର ଲୁହରେ 

   ଭାଙ୍ଗିଛି ସପନ ମୋର ।

ସପନ ଦେଖୁନି   କିଛିବି ଲେଖୁନି 

   ସାଥି ତୁମେ ଗଲା ପରେ 

ସବୁ ପଛ କଥା ପଛରେ ପକାଇ 

  ଭାବୁଛି ଫେରିବ ଥରେ ।



Rate this content
Log in