Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Tapan Dixit

Inspirational Fantasy

2  

Tapan Dixit

Inspirational Fantasy

ନିଦାଘେ ଚିଲିକା

ନିଦାଘେ ଚିଲିକା

1 min
6.5K


ହେ ମୋର ନୀଳାମ୍ବୁ ଚିଲିକା ରୂପସୀ 

ସୃଷ୍ଟିର ଦୃଷ୍ଟିରେ ଉଡ୍ର ରାଜ ହଂସୀ ,

ଚତୁର୍ଦ୍ଦିଗେ ଶୋଭେ ନୀଳ ଜଳରାଶି 

ସ୍ଵପ୍ନହାସୀ ମୋର ମାନସ ପ୍ରେୟସୀ ,

ହାତ ଠାରୁ ଅବା ସୁନୀଳ କବରୀ 

ମୁକୁଳାଇ ମୋତେ ନେବାକୁ ଆବୋରି , 

ପରଷି ଶୀତଳ ତୋ ଓ଼ଷ୍ଠ ଚୁମ୍ବନ 

କରିବାକୁ ସତେ ! ନିଦାଘ ଦହନ, 

ସନ୍ତରନ୍ତି ଜଳେ ବିହଙ୍ଗମ ଦଳ 

ଯୁଗଳ ବନ୍ଧନେ ହୋଇ ମାଳ ମାଳ ,

ବକ୍ଷେ ତୋ ଅସଂଖ୍ୟ ବାସ ଜଳଚର 

ରମନ୍ତି ଅଲକ୍ଷେ ହୋଇ ସେ ବିଭୋର ,

ଜନନୀର ତୁ' ଯେ ହୀରକର ହାର

ପଟ୍ଟଚିତ୍ରେ ତୋର ନାହିଁ ପଟାନ୍ତର ,

ଅପୂର୍ବ ଅପୂର୍ବ ଅପୂର୍ବ ଅପୂର୍ବ ...

ହେ ମୋର ଚିଲିକା ଉତ୍କଳ ବୈଭବ II

(ରଚନା କାଳ 22.6.2017 ଭ୍ରମଣ ସମୟରେ ରଚିତ)

ତପନ ଦୀକ୍ଷିତ(ବେଳା ଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ


Rate this content
Log in