Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ପାକିସ୍ତାନ ଶୁଣ ଶୁଣ

ପାକିସ୍ତାନ ଶୁଣ ଶୁଣ

1 min
71


ସିଂହ ଶାବକ ସାଥିରେ ଏ ଦେଶ ଶିଶୁ ଦିନେ ଖେଳୁଥିଲା

ସରଗରେ ଯୁଦ୍ଧ ହେଲେ ଏ ଦେଶର ରାଜା ଲୋଡା ପଡୁଥିଲା ।

ଏ ଦେଶ ଯୋଦ୍ଧା

ସ୍ୱର୍ଣମୟୀ ଲଂକା ଗରବ ଗଂଜିଛି ରାବଣ କରିଛି ସିଧା ।


ଉନେଇଶ ସାଲ ଚଉଦ ଫେବୃୟାରୀ ପୁଲୱାମା କାଣ୍ଡ କଲ

ଚୌରାଳିଶ ସୈନ୍ୟ ମାରି ଭାବିଥିଲ ଭାରତକୁ ଜିତିଗଲ ।


ଅକାଳ କୁଷ୍ମାଣ୍ଡ

ଘରେ ପଶି ଏବେ ଗୋଡାଇ ମାରିବ କାହିଁ ଲୁଚିବ ପାଷାଣ୍ଡ ।


ଆତାମାଜି ସଟକ୍ଲି ଭାରତର ମାତିଛି ଏ ଦେଶ ବୀର

ବାର ଟା ମିରେଜ ତିନିଶ ମାରିଲା ଆତଙ୍କୀ ଆଡ୍ଡା ଛାରଖାର ।

ରେ ପାକିସ୍ତାନ

ଦେଶର ବିକାଶ ନକରି କାହିଁକି ହୁଅ ଏତେ ହୀନିମାନ ।


ଦେଖଉଛ ପୁଣି ହୀନବୁଦ୍ଧି ତୁମ ଏଫ-୧୬ ର ଖେଳ

ଆମେରିକା ଦାନ ଚଳାଉଛ ସିନା ବୁଦ୍ଧି ଅଛି ନାଁ ବଳ !

ଆମ ମିରାଜ ଦେଖ

ଧରି ଗୋଡାଇଲେ ଖସି ପଡିଲ କତି ପାଖ !


ୱାଙ୍ଗ କମାଣ୍ଡର ଅଭିନନ୍ଦନ ଖେଦିବାକୁ ଏକା ଗଲେ

ଦୁର୍ଯୋଗକୁ ପାକିସ୍ତାନର ସୀମାରେ ବିମାନୁ ଖସି ପଡିଲେ ।

ଧିକ ମାନ ମହତ

ରିଭଲଭର ଧରି ତୁମକୁ ନମାରି ତୁମେ ପଥରେ କଲ ସ୍ୱାଗତ !!


ଷାଠିଏ ଘଣ୍ଟାର ନିର୍ଯ୍ଯାତନା ଶାରିରୀକ ମାନସିକ ଦେଲ

ଡରିମରି ତାଙ୍କୁ ଏକ ମାର୍ଚ୍ଚ ଦିନ ୱାଘା ସୀମାରେ ଛାଡିଲ ।

ଆମ ଅଭିନନ୍ଦନ

ସାରା ଦେଶ କରେ ଅଭିନନ୍ଦନ କରୁଛି ମହିମା ଗାନ ।


ସହନଶୀଳତା ଏ ଦେଶର ଶକ୍ତି କାହିଁ କରୁଛ ପରୀକ୍ଷା

କାଶ୍ମୀର ପଛରେ ପଡିପଡି ନିଅ ଆତଙ୍କବାଦୀର ଦୀକ୍ଷା

ଶୁଣ ଚରମ ବାଣୀ

ଏ ଦେଶ ମାତିଲେ ପାତାଳେ ଲୁଚିଲେ ଆଣିବ ତୁମକୁ ଟାଣି ।


-ବିଶ୍ୱେଶ୍ଵର ମାଝୀ-


Rate this content
Log in