ଏ କି ଅବିଚାର
ଏ କି ଅବିଚାର
ଆଶା ଆକାଂକ୍ଷାର ହେଲା ଅବସାନ
ପାଇଗଲି ପୁରସ୍କାର ,
ବୃଦ୍ଧକାଳେ ପୁତ୍ର କଲାକି କପଟ
ବୋହିଯାଏ ଅଶ୍ରୁଧାର ll
ହେ'ଭାଗ୍ୟ ବିଧାତା ଏକି ତୋ'ର ଇଚ୍ଛା
କଲୁ ମୋତେ ହୀନିମାନ ,
ପିଲା ପରିବାର କଲେ ମୋତେ ପର
ହଜିଗଲା ସ୍ଵପ୍ନଦିନ ll
ଯେଉଁ ପୁତ୍ର ଦିନେ କଅଁଳ ପାଦରେ
ଚାଲୁଥିଲା ହାତଧରି ,
ସେ' ଧନମଣି କହୁଛିତ ଆଜି
ବୁଢାଟା ଅଡୁଆ ଭାରି ll
ଅତି ଶରଧାରେ ପାପା ବୋଲି ଡାକେ
ଶୁଭୁନି ସେ' ଡାକ ଆଉ ,
ବାହା ହେବାପରେ କର୍କଶ କଣ୍ଠରେ
କହୁଛି ଏ'ମରିଯାଉ ll
ପୁରୁଣା ଦିନର ସ୍ମୃତି ଭାସମାନ
ଥିଲା ମୋର ସ୍ଵର୍ଣ୍ଣ ଘର ,
ପୁତ୍ର ଭାର୍ଯ୍ୟାସଙ୍ଗେ ଥିଲିମୁଁ ସୁଖରେ
ଝରୁଥିଲା ମଧୁନୀର ll
କାହିଁରେ ସମୟ ହୋଇଲୁ ନିର୍ଦୟ
ଅପସରିଗଲା ସୁଖ ,
ସୁନାର ଘରଣୀ ସରାଗରେ ଜାଣି
ଭୋଗୁଛି ମୁଁ ଖାଲି ଦୁଃଖ ll
ଅବୁଝା ପୁଅକୁ ପାଠ ପଢିବାକୁ
ବିଦ୍ୟାଳୟ ଆସେ ଛାଡି ,
ସେଇପୁଅ ଆଜି ମୋତେବି ଆଣିଛି
ବୃଦ୍ଧାଶ୍ରମେ ଯିବଛାଡି ll
ଆଶ୍ଚର୍ଯ୍ୟ ଚିତ୍ତରେ ପୁତ୍ରକୁ ପଚାରେ
କେଉଁସ୍ଥାନ ଇଏବାପା ,
ପୁତ୍ରମଣି ମୋର କହେ ସୁସ୍ଥାନ
ବୃଦ୍ଧବୃଦ୍ଧା ଆବାସ୍ଥନ ll