Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Inspirational

5.0  

Bauribandhu Lenka

Inspirational

ମନ ମନ୍ଦିର

ମନ ମନ୍ଦିର

1 min
6.8K


(0)

ମନକୁ କରିଛି ମନ୍ଦିର ମୋର

ହୃଦୟକୁ ସିଂହାସନ

ଆସ ବାରେ ପ୍ରଭୁ ମୋ ମନ ମନ୍ଦିରେ

ହେଉ ଏ ଜୀବନ ଧନ୍ୟ |  

(1)

ଆଖିର ଲୁହରେ ଧୋଇବି ଚରଣ

ଭକତି ନୈବେଦ୍ୟ ଦେଇ

ପୂଜିବି ପ୍ରଭୁ ହେ ମହା ଆନନ୍ଦରେ

ଶ୍ରଦ୍ଧା ସୁମନେ ସଜାଇ

ସ୍ୱେଦ-ସିକ୍ତ ମୁଖ ପୋଛି ଦେବି ପ୍ରଭୁ

ଲେପିବି ପ୍ରୀତି ଚନ୍ଦନ |

ମନକୁ କରିଛି ମନ୍ଦିର ମୋର .......

(2)

ତୁଣ୍ଡେ ମୋର ଗାଉଥିବି ତୋର ନାମ 

ହାତେ ଥିବ ଜପା ମାଳି

ମୋ ବେନି ଚରଣେ ଭ୍ରମି ଦେଖୁଥିବି

ତୋର ତୀର୍ଥ ବୁଲି ବୁଲି

କରିଛି ଆଶା ରଖିଛି ଭରସା

ସେ ସବୁ ତ ତମେ ଜାଣ |

ମନକୁ କରିଛି ମନ୍ଦିର ମୋର .......

********


Rate this content
Log in

Similar oriya poem from Inspirational