Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pratap nayak

Others Thriller

2  

pratap nayak

Others Thriller

ଅବକାଶ

ଅବକାଶ

1 min
254


ଆସିବାର ଦିନ ଗଢୁନି ତ

ହଳାହଳ ପିଇଥିବା ତଣ୍ଚି

ଶୁଖିତ ଯାଉଛି

ଧଡପଡ ଛାତି ଅମାନିଆ ବି 

ଦୃତଗତିରେ ।

କବନ୍ଧର ଋକ୍ଷ ଡୋଳା 

ମୁହଁ ନଥିଲେ ବି ଉପହାସ କରେ

କେଉଁ ଏକ

ସମ୍ଭ୍ରାନ୍ତ କୋଣରେ ।

ଟିଣବାଡା ସମୟ

ଅକ୍ଟୋପାସ ପଞ୍ଝା

ବିଦାରି ଦଉଛି ସପ୍ତମୀ ଚାନ୍ଦକୁ 

ନିରେଖି ଚାହିଁଲେ ଦିଶୁନିତ ଜମା ।

ଦିଶୁନି ତ ଜମା ତ୍ରିକୋଣୀୟ ଠାଣି

ମନ ଖୋଲା ହସର ରୂପେଲି ପରଦାରେ

ଗଡୋଉଛି ତମାମ୍ ଦିନକୁ

ବୁଝୁନି ସେ ଧଡପଡ ଛାତି 

ଆଉ ଶୁଖିଲା ହଳାହଳ ପିଆ ତଣ୍ଟି

ହଳାହଳ ପିଆ ତଣ୍ଟି ।


Rate this content
Log in