Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Children Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Children Classics

ଜହ୍ନମାମୁଁ- 1

ଜହ୍ନମାମୁଁ- 1

1 min
6.7K


ସାର୍‌ ବାସୁଦେବ ସୁଢ଼ଳଦେବ


(ରାଗ ଆଷାଢ଼ ଶୁକ୍ଳ)

ଅମ୍ବର ସର ଦିଶଇ ମଞ୍ଜୁଳ ।

ମାମୁଁ ତହିଁରେ ତ ପଙ୍କଜ ଫୁଲ।

ଉଜ୍ଜ୍ବଳ କୁମୁଦ ତାରା ସଙ୍କୁଳ ।

ଗ୍ରହ ଗ୍ରାହରେ ହୋଇଛି ଆକୁଳ ।

ଚନ୍ଦିକ୍ରା ଲହରୀ ।

ଘନ ଘନ ତହିଁ ଅଛି ବିହରି ।୧।


ମାମୁଁ ଅପଘନ ବଡ଼ ଧବଳ ।

ଦୁଗ୍ଧଧାରା ପରି କିରଣ ଜାଳ ।

ହାଣ୍ଡିରେ ପଡ଼ି ଦିଶୁଛି ମଞ୍ଜୁଳ ।

ବିରାଡ଼ିମାନେ ଆନେନ୍ଦ ଚଞ୍ଚଳ ।

ଦୁଗ୍ଧ ମନେ କରି ।

ଚାଟୁ ଅଛନ୍ତି ରସନା ପ୍ରସାରି ।୨।


ଦିନେ ଉପବନେ ଦେଖିଲି ଯାଇ ।

ଅତି ସରାଗରେ ଫୁଟିଛି ଜାଇ ।

ତୋଳିବାକୁ ମନ ହୋଇଲା ବାଇ ।

ସରସର ହୋଇ ଗଲି ମୁଁ ଧାଇଁ ।

ଦେଖିଲି ଗଛର ।

ଛିଦ୍ରରୁ ପଡ଼ିଛି ମାମୁଁର କର ।୩।


ମାମୁଁ ହୋଇଛି ସଂସାର-ପ୍ରଦୀପ୍ତ ।

ପ୍ରକାଶ କରୁଛି ସପତ ଦ୍ବୀପ ।

ଧୋବ କରିଦେଲା ଅନ୍ଧାର ରାତି ।

ଛାଡ଼ି ଦେଇଥିବା ଦେହରୁ କାତି ।

ରଜନୀ ସର୍ପିଣୀ ।

ମଥାମଣି ପରି ବିରାଜେ ପୁଣି ।୪।


ହିରଣ୍ୟ ଗର୍ଭଙ୍କ ସୁବର୍ଣ୍ଣ ପିଠା ।

କରିବ ବୋଲିକି କାଞ୍ଚନ ଅଟା ।

ଚଳାଉଅଛି ମାମୁଁ ଚାଲୁଣିରେ ।

ତହୁଁ ଚୁନା ଗଳିପଡ଼େ ଧରାରେ ।

ତାକୁ ଆମ୍ଭେମାନେ ।

ମାମୁଁ କରବୋଲି ଭାବୁଛୁ ମନେ ।୫।


‘‘ବ୍ରହ୍ମାଣ୍ଡ ହାଣ୍ଡିରେ ଆକାଶ ପଣା ।

ତାରକାମାନେ ହୋଇଛନ୍ତି ଛେନା ।

ତହିଁରେ ମାମୁଁ ତ ଅଟନ୍ତି ସାଚି ।

ଅଧେଗୋଳି ହୋଇ ଅଧେକ ଅଛି’’ ।

ତୃଷାରେ ତାପିତ ।

ତପନ, କରେ ପିଉଛି ସନ୍ତତ ।୬।

କ୍ରମଶଃ ..........


Rate this content
Log in

Similar oriya poem from Children