Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Lalatendu Kabi

Romance

5.0  

Lalatendu Kabi

Romance

ଦେଖିବି ମୁଁ ବ୍ରହ୍ମାଣ୍ଡସୁନ୍ଦରୀ

ଦେଖିବି ମୁଁ ବ୍ରହ୍ମାଣ୍ଡସୁନ୍ଦରୀ

1 min
13.2K


       ଦେଖିବି ମୁଁ ବ୍ରହ୍ମାଣ୍ଡସୁନ୍ଦରୀ

ଲଲାଟେନ୍ଦୁ କବି: ୨୦୧୬୧୧୨୯-୦୭୩୯

ଦେଖିନି ବଦନ ଗୋରୀ ଦେଖିବି ପ୍ରଥମକରି

ଶୁଣିଛି ତ ଭୁରିଭୁରି ତୁ'ଟା ବ୍ରହ୍ମାଣ୍ଡସୁନ୍ଦରୀ ||  -୧

 

ରସନା ରଖିଲେ ମାରି କାନ୍ଦିବୁ ତୁ ବୁକୁଚିରି,

କହିବି ସାହସ କରି ଯାଉଛି ମୁଁ ଡରିଡରି ||    -୨

 

ନୟନୁ ପର୍ଜନ୍ୟ ପରି ଝର୍ଝର ଝରିବ ବାରି;

ତୋଲାଗି ଅବଳା ନାରୀ ହେବି କି ମୁଁ ମିଥ୍ୟାଚାରୀ ?  -୩

 

ସହିବୁ ଶୁଣି ବିଚାରି ଯାଇଛି ସେ ପରକରି;

ତୁ ଥିଲୁ ତା ସହଚରୀ ସେ ତୋ ଢାଲ, ତରବରୀ ||  -୪

 

କରିଥିଲୁ ସାତଫେରି ଶଙ୍ଖାଚୂଡ଼ି ସଜ ଧରି;

ଫୁଟୁଥିଲା ଫୁଲଝରି ବାଜୁଥିଲା ଭେରୀତୁରୀ ||  -୫

 

ଚାହିଁଲେ ପଛକୁ ଫେରି ଲାଗୁଥିବ କାଲିପରି,

ଆଣିଲା ଚଢ଼ି ସବାରୀ କୋକେଇରେ ଯିବ ଫେରି ||  -

 

ଅଦିନ ବରଷା ବାରି ସାଥେ ଏ ଯେ ଘଡ଼ଘଡ଼ି,

ଶୁଣିବୁ କି ଦମ୍ଭଧରି ଭୂତଳେ ପଡ଼ିବୁ ଝଡ଼ି ?    -୭

 

ଦେଖିବି ମଉନ ମାରି; ସମ୍ଭାଳିଲେ ହାତ ଧରି

କହିବେ ତୁ ବାରନାରୀ, ମୋତେ ତୋର ବ୍ୟଭିଚାରୀ ||  -୮

 

ଥିବି ତୋ ପାଶେ ସୁନ୍ଦରୀ ଛାତିକୁ ପଥର କରି,

ଘେରିଘେରି ପୁର ନାରୀ ଆଖି ହେବେ ଠରାଠରି ||  -୯

 

ଆକାଶେ ଆସୁଛି ମାଡ଼ି ଘନ ମେଘ ଘଡ଼ଘଡ଼ି

ଖୋଲିବି କାହାଣୀପେଡ଼ି ବେଳ ନଯାଉଣୁ ବୁଡ଼ି ||  -୧୦

 

ଦେଖିବି ପ୍ରଥମ କରି ବନ୍ଧୁପତ୍ନୀ ମନଭରି,

କାନ୍ଦୁଥିବୁ ଝୁରିଝୁରି, ମୁଁ ଥିବି ପଥର ପରି ||  -୧୧

 


Rate this content
Log in