ପାଞ୍ଚ ବର୍ଷର ବନ୍ଧୁତା
ପାଞ୍ଚ ବର୍ଷର ବନ୍ଧୁତା
ଆମର ଏଇ ପାଞ୍ଚ ବର୍ଷର ବନ୍ଧୁତା ଭିତରେ
କୋଟିଏ ଦୁଃଖ ଆସିଲାଣି ଆମ ଜୀବନରେ
ଲକ୍ଷେ ଯନ୍ତ୍ରଣା ବି ଆସିଲାଣି ,
ଭିନ୍ନ ଭିନ୍ନ ପରିସ୍ଥିତି ଦେଖିଲେଣି ଆମେ
ଆମର ଏ ତମାମ ବନ୍ଧୁତ୍ୱର ଆୟୁଷରେ
ତଥାପି ଦୁଃଖକୁ ଭାବି ଜୀବନ ମହ୍ଲାରଟିଏ ,
ଗାଇ ଚାଲିଛେ ଆମେ ଦୁହେଁ
ବନ୍ଧୁତ୍ୱର ଅମର ସଙ୍ଗୀତ ସମୟର ତାଳେ ତାଳେ
ଆପଣାର କଣ୍ଠରେ ...
ପରସ୍ପରକୁ ଭଲପାଇ
ଠିଆ ହୋଇ ପରସ୍ପରର ଦୁଃଖରେ ସୁଖରେ ।
ବହୁତ ବାର ପଡ଼ିଛେ ,
ଉଠିଛେ ଜୀବନର ଖାଲଢିପ ରାସ୍ତାରେ
ତଥାପି ବନ୍ଧୁତ୍ୱର ମୂଳଦୁଆକୁ ମଜବୁତ କରି
ପୁଣି ବଢ଼ିଛେ ଆଗକୁ ବିନା କାହାର ସହାୟତାରେ ।
କେବେ ରଙ୍ଗୀନ୍ ସ୍ୱପ୍ନ ଦେଖିଛେ
ତ ପୁଣି କେବେ ମର୍ମାହତ ହୋଇଛେ ସ୍ୱପ୍ନ ଭାଙ୍ଗିବାର ଦୁଃଖରେ
ଜୀବନର ପ୍ରତିଟି ମୂଲ୍ୟବାନ ଐଶ୍ୱର୍ଯ୍ୟକୁ ହରାଇଛେ ପରିସ୍ଥିତିର ଚାପରେ ।
ଆମେ ହସିଛେ ,ଆମେ କାନ୍ଦିଛେ ,ବହୁତ କ୍ଷତାକ୍ତ ବି ହୋଇଛେ
ପରସ୍ପର ସହିତ ବହୁତ ଝଗଡା ବି କରିଛେ
କିନ୍ତୁ ଆମର ସେ ପବିତ୍ର ବନ୍ଧୁତ୍ଵକୁ ଚିର ଜୀବନ୍ତ କରିବା ଉଦ୍ଦେଶ୍ୟରେ
ପୁଣି ନିଜ ନିଜର ମନକୁ ବୁଝାଇ ପରସ୍ପରର ଲୁହ ପୋଛିଛେ ।
ହରାଇଥିବା ଐଶ୍ୱର୍ଯ୍ୟକୁ କେବେ ଈଶ୍ୱରଙ୍କ ଇଚ୍ଛା ଭାବି
ଭୁଲିଯିବାକୁ ଚେଷ୍ଟା କରିଛେ ତ ପୁଣି କେବେ ଅନୁତାପର ନିଆଁରେ
ନିଜକୁ ତିଳ ତିଳ କରି ଜାଳିଛେ ।
ଶେଷରେ ଆମର ବନ୍ଧୁତ୍ଵକୁ ଆମେ ଚିର ଅମର କରିବାରେ ସକ୍ଷମ ହୋଇଛେ
ଆଜିବି ଆମେ ଆମ ବନ୍ଧୁତାକୁ ଜାବୁଡି ଧରିଛେ
କେବଳ ଫରକ ଏତିକି ଯେ କାଲି ଆମେ କେବଳ ବନ୍ଧୁ ଭାବେ ସୀମିତ ଥିଲେ
ଆଜି ଆମେ ସେଇ ବନ୍ଧୁତ୍ଵକୁ ଏକ ନୁଆ ରୂପ ଦେଇଛେ
ଆମେ ଜନ୍ମ ଜନ୍ମ ପାଇଁ ଏକ ବନ୍ଧନରେ ବାନ୍ଧି ହୋଇଛେ
ଆଜି ଆମେ ନିଜକୁ ବୁଝିଛେ,ନିଜ ସ୍ଥିତିକୁ ଚିହ୍ନିଛେ
ନିଜ ଭିତରର ଅନ୍ତର୍ନିହିତ କଳା, କୌଶଳକୁ ପରିପ୍ରକାଶ କରିବାର ପ୍ରୟାସ ରଖିଛେ
ଖୁସି ରହିବାର ମୂଳମନ୍ତ୍ର ଆମେ ଖୋଜି ପାଇଛେ
ଆମେ ଆମର ବନ୍ଧତ୍ୱକୁ ଚିର ଅମର କରିବାକୁ ସଂକଳ୍ପ କରିଛେ ।
ରୋଜା ପଣ୍ଡା
ପୂର୍ଣ୍ଣାନନ୍ଦ ଭବନ
ନେତାଜୀ ନଗର ,ମଧୁପାଟଣା