Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Lalatendu Kabi

Others

2  

Lalatendu Kabi

Others

"ଭାଗନିଆ" ପତ୍ରର କଥା

"ଭାଗନିଆ" ପତ୍ରର କଥା

1 min
6.7K


ଖାଇଲେ ଗାଇଲେ ଘରକୁ ଧାଇଁଲେ,

ହେଇଗଲା କବି ସଭା;

ଆଉ ଯେ ରହିଲେ ନିକୁଟି ଚାହିଁଲେ,

ଆସନ ଚଉକି ଉଭା ॥୧

ସଭା ଗଲା ସରି କିଏ ମୁଠେ ଧରି

କାଗଜ ରହିଲେ ଛିଡା !

ଯିଏ ଥିଲେ ପାଶେ ଫେରିଲେ ହରଷେ

ଦେଖି "ଭାଗନିଆ"ବିଡା ॥୨

ଆଗ ମୋତେ ଭାଇ ଦେଇ ଦିଅ କହି

ଲାଗିଗଲା ଠେଲା ପେଲା;

ଜଣା ପଡିଲାନି କିଏ ପାଇଲାନି,

କିଏ କେତେ ଖଣ୍ଡ ନେଲା ।୩

ଯେତେ "ଭାଗନିଆ" ସବୁ ଅନ୍ଧାରିଆ

ନାମ ଲେଖି ବାଣ୍ଟିବାରେ,

କିଛି "ଭାଗନିଆ" ନ ଥାଇ କା ନାଆଁ

ପଡିଯାଏ କାହାଠାରେ ॥୪

ଯେଉଁ ଭାଗ୍ୟବନ୍ତ କଲେ ହସ୍ତଗତ

ଅପୂର୍ଣ୍ଣ ସେହି ପତର,

ଯାହା ନାଁ ଲେଖିଲେ ସେ ବି ପାଲଟିଲେ

ଏ ଦେଶ କବିପ୍ରବର ।୫


ଲଲାଟେନ୍ଦୁ କବି

୨୦୧୮୦୪୨୯୦୭୪୦


Rate this content
Log in