Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Tragedy

3  

Mamatamanjari Das

Tragedy

ଭାବୁଛି ଛାଡିବି କବିତା ଲେଖା

ଭାବୁଛି ଛାଡିବି କବିତା ଲେଖା

1 min
7.0K


କବିତା ଗୁଡା ମୋ ଆଗଭଳି ଆଉ

ହୃଦୟକୁ ଛୁଉଁ ନାହିଁ

ଅଦିନିଆ ଏଇ ଝଡର ଝଟକା

ସବୁ ନେଇଗଲା ଧୋଇ ।

ମୁକୁଳା ଆକାଶ ଗୋଧୂଳିର ଖରା

ଆଉ ଭରୁନାହିଁ ମାଦକତା

ହୃଦୟରେ ମୋର ଅଳନ୍ଧୁ ଲାଗିଣ

ଭରିଲାଣି ନୀରବତା ।

ଜ୍ଜ୍ୱଳନର ବ୍ୟଥା କିଏ ବା ଜାଣିବ

ଅଛି ଯେତେ ହୃଦୟରେ

ସମ୍ଭାଳି ନେଇଛି ଅଧା ଶୋଷ ମୋର

ନୀରବ ଓଠର ଧାରେ ।

ମନ ମତାଣିଆ ଲାଗୁନାହିଁ ଆଉ

ଗୋଗୋଷ୍ଠ ଫେରନ୍ତା ଧୂଳି

କଲମ ମୁନରୁ ନିଗିଡି ପଡୁନି

ଆଉ କବିତା ଭଳିକି ଭଳି ।

ଧୀମେଇ ଯାଇଛି କଲମଟି ମୋର

ମନେ ନାହିଁ ମାଦକତା

ଭାବୁଛି ଛାଡିବି କବିତା ଲେଖା ମୋ

ହେଉ ପଛେ ଯେତେ ବ୍ୟଥା ।

ମୁହଁ ଖୋଲି କିଛି କହି ପାରେନାହିଁ

କବିତାରେ ଦିଏ ଲେଖି

ସେତିକି ଆଉ ବି ଲେଖି ପାରୁନାହିଁଁ

କବିତା ଲେଖା ମୋ ରହିଲା ବାକି ।

#Positiveindia


Rate this content
Log in

Similar oriya poem from Tragedy