Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Tragedy

2  

Sadananda Sahoo

Tragedy

ମହାନଦୀରେ ମହାବିପତ୍ତି

ମହାନଦୀରେ ମହାବିପତ୍ତି

2 mins
130



ଶୁଭରେ ଅଶୁଭ ଏବଡ଼ ବିଷମ

ବିଷାଦେ ଥରଇ ବକ୍ଷ ,

ନୂଆ ବରଷର ଖୁସିର ମାହୋଲ

ଆଣି ଦେଲା ଚିରଦୁଃଖ ! !


ବଣଭୋଜି ଖୁସି ନହୋଇଲା ବାସି

ପାହିଲାନି କାଳ ରାତ୍ରୀ ,

ଏଯମ ବାପୁଡା ସତେ ପଥହୁଡା

ମରଣର ମହା ସୂତ୍ରୀ ! !


ମହାନଦୀ ଘାଟେ ବସିଥିଲା ବୋଧେ

ଡୁବେଇବ ବୋଲି ନାବ ,

ମୃତ୍ୟୁପଥ ଯୋଗ କରିସେ ନିର୍ଣ୍ଣୟ

ସାମୁହିକ ଦୁଃଖ ଦବ ! !


ଲୁହରେ ଭିଜିଲା ହୁକିଟୋଲା ଘାଟ

ହୃଦୟଟା ବିଦାରିତ ,

ଅଶୁଭ ମୁହୂର୍ତ୍ତ ସାଜିଲାକି ସଞ୍ଜ

ବିଭୀଷିକା ମୟ ମର୍ତ୍ତ୍ୟ ! !


ବତୀଘର ଦୀପ କାହିଁକଲା କୋପ

ବୁଝି କିଛି ହେଉ ନାହିଁ ,

ମୁହାଣ ପୀରତି ମହାନଦୀ ସାଥୀ

ପାରିଲାନି ଖୁସି ସହି ! !


ଡୁବିଲା ଡୁବିଲା ଶବଦ ଶୁଭିଲା

ଡୁବିଗଲା ନାବ ଜାଣି ,

ମାଆକୋଳେ ଛୁଆ ନାହିଁ କିଛି ରାହା

ଅକତା ଗଣ୍ଡରେ ପୁଣି ! !


ଶୀତୁଆ ଅନ୍ଧାର ରାତିର ଏଦୁଃଖ

କ୍ରନ୍ଦନରେ ପ୍ରକମ୍ପିତ ,

ନାବ ତଳେ ଗଲା କେତେପ୍ରାଣ ଭଲା

ମାଆ ସଙ୍ଗେ ଶିଶୁ ମୃତ ! !


ନିପାଣିଆ ବାସୀ ଭୁଲି ପାରିବେନି

ଏଗଣ ମୃତ୍ଯୁର ଦୃଶ୍ୟ ,

ଦଶଟି ପ୍ରଦୀପ ଅକାଳେ ଲିଭିଲା

ବିଚ୍ଛେଦର ମହାରୋଷ ! !


ହସିଣା ଗ୍ରାମର ଜ୍ଞାତି ପରିଜନ

ଆଖିରୁ ସୁଖୁନି ଲୁହ ,

ବାହୁନି କାନ୍ଦୁଛି ଭାଇର ଭଗିନୀ

କହାକୁ କରିବ ସ୍ନେହଁ ! !


ପୂର୍ଣିମା ସବିତା ଦେବଦୂତ ମାତା

ବିପଦର ମହା ସାଥୀ ,

କଅଁଳ ବୟସେ ସେବା ପରାୟଣେ

ଉଦ୍ଧାରିଲେ ଛାତି ପାତି ! !


ଯୁଇ ଭିଜିଗଲା ଆଖିର ଲୁହରେ

ମୂର୍ଦ୍ଧନା ଯାଉଛି ଫାଟି ,

ସହି ହେଉନାହିଁ ଏଦୁଃଖ ବେଦନା

ଫିଟୁନାହିଁ କାହା ପାଟି ! !


ଶେଷ ଶ୍ରଦ୍ଧାଞ୍ଜଳି ନିଅହେ ' ଆବୋରି

ଦିବଂଗତ ଆତ୍ମା ମାନେ ,

ପୁଣି ଆଉଥରେ ଜନ୍ମିବ ସରାଗେ

ଜନମ ମାଟିର କୋଳେ ! !


ସଦାନନ୍ଦ ସାହୁ , ଧୁରୁଷିଆ

ଆଠଗଡ଼ , କଟକ ,


Rate this content
Log in