Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Monalisa priyadarsini Nanda

Tragedy

3  

Monalisa priyadarsini Nanda

Tragedy

ଧନରେ କି ଭୁଲ କରିଥିଲୁ ଆମେ

ଧନରେ କି ଭୁଲ କରିଥିଲୁ ଆମେ

1 min
327



ଧନରେ କି ଭୁଲ କରିଥିଲି ମୁଁ

ଛାଡିଲୁ ଜରାନିବାସେ

ଲକ୍ଷେ ଶିବପୂଜି ପାଇଥିଲି ତୋତେ

କାନ୍ଦୁଚି ହୃଦୟ ହତାସେ ||


କେତେ ରାତ୍ରି ଅନିଦ୍ରା ହୋଇଛି

ମା ତୋର କେବଳ ତୋରିପାଇଁ

ତଥାପି କି ଭୁଲ କରିଥିଲୁ ଦୁହେଁ

ଅଚିରେ ପର କରିଦେଲୁ ତୁହି||


ଦିନଥିଲା ମୋ ହାତ ଧରି ତୁହି

ପଥ ଚାଲୁଥିଲୁ ନିର୍ଭୟରେ

ଆଜି ମୁଁ ଅଚିନ୍ହା ହେଲି ତୋପାଇଁ

କହ ପଦେ ମୋତେରେ ||


ଜ୍ୱର ହେଲା ବେଳେ ଅଚିନ୍ତାରେ

ଶୋଉଥିଲୁ ମୋ କୋଳରେ

ଆଜି ଟିକେ ଖାସି ଦେଲି ବୋଲି

ଛାଡ଼ିଦେଲୁ ଯରାନିବାସରେ||


ମା ତୋର କହୁଥିଲା,ପୁଅ ମୋର

ବଡ ଚାକିରୀ କରିବ

ବଡ ବଙ୍ଗଳା ରେ ଆମମାନଙ୍କୁ ରଖି

ସାରାଦିନ ସେବାକରିବ||


ତୋତେ ଝୁରି ଝୁରି ବିଚରାର

ଜୀବନଟି ଚାଲିଗଲା

ଧନଶାଳୀ ହୋଇଗଲୁ ବୋଲିତୁ

ସମୟ ଟିକେ ନମିଳିଲା||


ନିଜ ଇଚ୍ଛାରେ କନିଆ ଖୋଜି

ତୁ ବିବାହ କରିଲୁ ବୋଲି

ଅଭିମାନ କେବେ କରିନୁ

ନାତି ମୁହଁ ଟିକେ ଦେଖିବୁବୋଲି||


ନାତିମୁହଁ ଆମ ପାଇଁ ସପନ ହେଲା

କି ପାପ କରିଥିଲୁ କହ

ତୋର ଫୋଟୋ ଦେଖି ମା କାନ୍ଦୁଥିଲା

ହୃଦୟ ରେ ଚାପି କୋହ||


ସ୍କୁଲଯିବୁନି ବୋଲି ଅଝଟ କରି

କାନ୍ଦୁଥିଲୁ ଯେବେ ତୁହି

ବୁଝାଇ ସୁଝାଇ ତୋତେ

ବିଦ୍ୟାଳୟେ ଛାଡ଼ିଥିଲିରେ ମୁଁଇ ||


ଆଜି ଋଣ ଶୁଝିଦେଲୁ ଧନ

ବୁଝେଇ ଶୁଝେଇ ମୋତେ

ଜରାନିବାସେ ଛାଡିଆସିଲୁ

ମୋ କଥା ଭାବିଲୁନି ଟିକେ ଚିତ୍ତେ ||




ଶେଷରେ କେତେ ନିର୍ଦ୍ଦୟ ହୋଇ

ଶେଷ ସମୟେ ପର କଲୁ

ଆଶୀର୍ବାଦ ଦେଉଛି ତୋତେ

ତୋରପୁତ୍ର କେବେ ଏପରି ନକରୁ||


ହେ ଭଗବାନ ମୋ ଭଳି କଷ୍ଟ

ମୋପୁତ୍ର କୁ କେଭେ ନଦିଅ

ଘଣ୍ଟ ଘୋଡାଇ ତାକୁ ସର୍ବଦା ରଖ

ଜୀବନ ତା ସୁଖରେ ଭରିଦିଅ ||




Rate this content
Log in

Similar oriya poem from Tragedy