Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Tapan Dixit

Abstract Others Romance

2  

Tapan Dixit

Abstract Others Romance

ଅଦେହୀ ଶବର ଅବନା ସପନ

ଅଦେହୀ ଶବର ଅବନା ସପନ

1 min
6.2K


ଅଦେହୀ ଶବର ଅବନା ସପନ 

ଶୀତଳ ଜୁଇରେ ଶୋଇ 

ରୂପ ମଶାଣିରେ ରୋଷଣୀଜଳୁଛି 

ବାସରର ରାତି ପାଇଁ ,

ପାଷାଣି ସାଜିଛି ଅଭିସାର ବେଶ 

ବସନ୍ତ ଆସିଛି ଫେରି 

ବାସନାରେ ଶେଷ ସମ୍ଭୋଗ ଜାଗିଛି 

ହୃଦୟ ମରୁଛି ଝୁରି ,

ଜହ୍ନ ଉହାଡରେ ଅନ୍ଧାର ଲୁଚିଛି 

କୁଆଁ ତାରା ମାରେ ହାଇ

ଅବନା ସପନ ସରି ସରି ଆସେ 

ଅନାମିକା ପଥ ଚାହିଁ ,

ଶକୁନି ଆଖିରେ ତନ୍ଦ୍ରାର ବ୍ୟସ୍ତତା 

ପଲକଟା ଆସେ ପଡି 

ଶେଷ ରାତି ପେଚା ଶେଷ ଡାକ ଦେଇ 

କେବେଠୁ ଗଲାଣି ଉଡି

ଅଦେହୀ ଶବଟା ..କଡ ଲେଉଟାଏ 

ଜହ୍ନ ଆସେ ବୁଡି ବୁଡି .. ।। 

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ


Rate this content
Log in