Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Inspirational

4.0  

Prasanta kumar Hota

Inspirational

ବୈଚିତ୍ର୍ୟ ଭାରତ ବର୍ଷ

ବୈଚିତ୍ର୍ୟ ଭାରତ ବର୍ଷ

1 min
358


ଏଇ ଆମ ଦେଶ ଉପ ମହାଦେଶ

ବୈଚିତ୍ର୍ୟ ଭାରତ ବର୍ଷ

ଦେଇଥିଲା ଦିନେ ଜ୍ଞାନାଲୋକ ସିଏ

ଖ୍ୟାତି ଦେଖିଥିଲା ବିଶ୍ୱ ।

ଆହାରେ ଦୁର୍ଭାଗ୍ୟ ଆସିଲା କେଉଁଠୁ

ନିଜ ହାତେ ନେଉ ବିଷ

କହି ପାରୁନି ସେ କାହାକୁ ବି ଆଜି

ପରାଧୀନ ପରାବେଶ ।

ନାହିଁ ନିତି ଆଉ ଚାଲିଛି ଦୁର୍ନୀତି

ଏବେ ଏହି ମହାନିତି

ସବୁଠାରୁ ହୀନ ହେଲାଣି ଯେ ଗତି

ଆମ ଏଇ ରାଜନୀତି ।

ପାଇ ମଦ ମାଂସ ହେଲେଣି ରାକ୍ଷସ

ଲାଞ୍ଚ ବ୍ୟଭିଚାର ଧରି

ରହୁନାହିଁ କାର ହିତାହିତ ଜ୍ଞାନ

ଦେହ ଲୋଭ ମୋହେ ନାରୀ ।

ଏମିତି ଚଳିଲେ ରହିବକି ଆଉ

ଏ ଦେଶ ଆଗାମୀ ଶିଶୁ

ବର୍ତ୍ତମାନ ପିଢୀ ବିପ୍ଳବ ଆଣିଲେ

ପାପ ଯିବ ସିନା ଦେଶୁ ।

ନିଜେ ହେବା ଭଲ କରୁଥିବା ଭଲ

ବିଶ୍ଵାସରେ ଦୃଢ ହୋଇ

ସଂକଳ୍ପ କରିବା ରାମରାଜ୍ୟ ପାଇଁ

ନିଲ୍ଲଜ ପଣକୁ ଧୋଇ ।

ପ୍ରଶାନ୍ତ କୁମାର ହୋତା


Rate this content
Log in

Similar oriya poem from Inspirational