Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagar Pradhan

Others

3  

Sagar Pradhan

Others

ସ୍ଵାଗତମ୍ ନବ ବର୍ଷ

ସ୍ଵାଗତମ୍ ନବ ବର୍ଷ

1 min
7.3K


ସ୍ୱାଗତମ୍ ସ୍ୱାଗତମ୍

ହେ ନବବର୍ଷ ସ୍ୱାଗତମ୍....

ତୁମରି ପାଇଁ କି ସୁରୁଜ ବରଷେ

ନୂତନ କିରଣ ଜ୍ୟୋତି

ବସନ୍ତ ମଳୟ ଚାମର ଢାଳୁଛି

ଆସିଛି ନିଦାଘ ତାତି ।

ତୁମ ଆଗମନେ ଶୁଷ୍କ ତରୁ ଢାଳେ

ଫୁଟିଛି ପତ୍ର କୋମଳ

ଗୀତ ଗାଉଛନ୍ତି ସୁମଧୁର ସୁରେ

ଡାଳେ ବିହଙ୍ଗମ ଦଳ ।

ଧୋଇବାକୁ ତବ ଚରଣ ଯୁଗଳ

ବହୁଛି ସହସ୍ର ଧାରା

କାଳବୈଶାଖୀର ପୀରତି ପରଶେ

ଦେହକୁ ବାଧୁନି ଖରା ।

ଆମ୍ର ତରୁ ଡାଳେ ଦୋହଲୁଛି ଆମ୍ବ

ଦେଉଛି ସୁବାସ ଢାଳି

ସେହି ସୁବାସରେ ସୁବାସିତ ତୁମେ

ଦେହେ ସେ ବାସକୁ ବୋଳି ।

ହେ ଜଗା ବଳିଆ କରୁଛୁ ମିନତି

ଦିଅହେ ଏହି ଆଶିଷ।

ନୂତନ ଆଶାରେ ସୁଖ ସମୃଦ୍ଧିରେ 

ବିତୁ ଏ ନବ ବରଷ ।

ସ୍ୱାଗତମ୍ ସ୍ୱାଗତମ୍

ହେ ନବବର୍ଷ ସ୍ୱାଗତମ୍....

*ସାଗର ପ୍ରଧାନ ଗଂଜାମ*


Rate this content
Log in