Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଉମା ଶଙ୍କର ମାଝୀ

Children

5.0  

ଉମା ଶଙ୍କର ମାଝୀ

Children

କଳା କଳାପଟା

କଳା କଳାପଟା

1 min
263



  ବିଦ୍ୟାଳୟ ଠାରେ ପଢ଼ା ଚାଲିଅଛି 

    ସାହିତ୍ୟ ବିଷୟ ନେଇ 

 ପ୍ରସଙ୍ଗଟି ଅଟେ  କଳା ରଙ୍ଗ ପାଇଁ 

    ବୁଝାନ୍ତି ଶିକ୍ଷକ ତହିଁ l 


ପିଲାମାନେ ତୁମେ ଦେଖିଛ କି'କେବେ

   ଇନ୍ଦ୍ରଧନୁ ପୂର୍ବଦିଗେ 

ପିଲାଏ କୁହନ୍ତି  ଦେଖିଅଛୁ ଆଜ୍ଞା

   ବରଷା ଦିନ ର ପାଗେ l 2 l


ଶିକ୍ଷକ କୁହନ୍ତି ଆଜି ପିଲେ ଆମେ 

    ରଙ୍ଗ ର କଥା ଜାଣିବା

ଇନ୍ଦ୍ରଧନୁ ଥାଏ ସାତଗୋଟି ରଙ୍ଗ

    ସବୁ ମନେ ପେକେଇବା l 3 l


"ବା''ରେ ବାଇଗଣ "ଘ''ରେ ଘନନୀଳ 

   "ନୀ"ରେ ନୀଳରଙ୍ଗ କହି 

"ଶ" ଶବ୍ଦ ସବୁଜ "ହ"ରେ ହଳଦିଆ

   "ନା" ରେ ନାରଙ୍ଗୀ ହୋଇ l 4 l


"ଲା"ରେ ଆସେ ଲାଲ ସବୁମିଶି ସାତ

   କେବେ ନ ଭୁଲିଲେ ହେଲା 

ଏହି ସାତରଙ୍ଗ ମିଶେଇ କହିବା 

  ଏ "ବାଘ ନିଶ ହନାଲା " l 5 l


ଆଉ ଭଲ କଥା ଶୁଣ ପିଲା ମାନେ

   ଏଠି କଳାଧଳା ନାହିଁ 

ସବୁ ରଙ୍ଗ ମିଶି ହୋଇଥାଏ ଧଳା

   ଶୁଣ କଥା କାନ ଦେଇ l 6 l


କିଛି ଆମେ ଯଦି  ଦେଖି ନ ପାରନ୍ତି

  ଲାଗେ ସତେ ଅନ୍ଧକାର 

କଳାରଙ୍ଗ ସଦା   ଗୁରୁତ୍ୱ ବହନ 

  ଅଟେ ଆମ ଜୀବନର l 7 l


କୋଇଲି ବି କଳା  କାଉ ବି ତ କଳା

   ଦେଖ ଲୋକ ଆଚରଣ 

 କୋଇଲିର ସୁର ମଧୁର ବୋଲିଣ

   ପ୍ରଶଂସତି ତାର ଗୁଣ l 8 l


 ମୁଖରୁ ନିସୃତ ବାଣୀ ଯେବେ ମିଠା

    ଶତ୍ରୁ ମିତ୍ର ହୋଇଯାଏ 

ଅହଂଭାବ ଯାର ଜୀବନେ ଆସଇ

    ନିଶ୍ଚେ ପରଭାବ ପାଏ l 9 l


 ବିଦ୍ୟାଳୟ ପାଇଁ କଳାପଟା ଆମ 

    ସବୁ ଠାରୁ ପ୍ରିୟ ଅତି 

ଶିକ୍ଷକ ଙ୍କ ଲେଖା ତାହାଦେହେ ଦେଖି

   ବଦଳେ ଜୀବନ ଗତି l 10 l


 କେହି କହେ କଳା ରଙ୍ଗଟି ଅଶୁଭ  

    ଏହା ସଦା ଅଟେ ଭୁଲ 

 ନିଜର ହୃଦୟ  ଯା'ନିର୍ମଳ ଥାଏ 

    ପାଏ ସଦା ଭଲ ଫଳ l 11 l


Rate this content
Log in

Similar oriya poem from Children