ଉପନୟନୀ
ଉପନୟନୀ
ଉପମାରେ ତୁମେ ନିତ୍ୟ ଅନୁପମା
ଉପମା ଅନିଢ୍ୟ ରମା,
ଉପମାରେ ତୁମେ ସରଗ ରସିକା,
ଉପମାର ରାଜଜେମା ॥
ଉପମାରେ ତୁମେ ସାଗର କନିଆଁ
ଉପମା ଖଚିତ ରାଧା,
ଉପମାରେ ଧୈାତ ଶୁଭ୍ର ରାଜହଂସୀ
ଉପମିତ ପ୍ରେମସୁଧା ॥
ଉପମା ବଳୟେ ତୁମେ ସଜଫୁଲ
ଉପମା କାନ୍ତି ଭୂଷିତା,
ଉପମା କବଚେ ଉପମିତ ତୁମେ
ଉପମାରେ ସିନ୍ଧୁସୂତା ॥
ଉପମାର ଚିର ଯୈାବନ ଭଣ୍ତାର
ଉପମାନେ ସନ୍ଧ୍ୟା ତାରା,
ଉପମାଭୂଷିତା ପ୍ରେମ ମନ୍ଦାକିନୀ
ଉପମା ଲୋଟଣି ପାରା ॥
ଉପମା ଶେଯରେ ବିକ୍ଷିପ୍ତ ତାରକା
ଉପମା କାମ ରମଣୀ,
ଉପମାନେ ବିନ୍ଧ ନିତି କାମଶର
ଉପମିତ ସେ ବିନ୍ଧାଣୀ ॥
ଉପମା ଭରିଛ ଉପମାନ ବକ୍ଷେ,
ଉପମା ରଂଜିତ ହିଆ,
ଉପମାନ ଉପମିତ ନିଳୟରେ
ଉପମା ବେଷ୍ଟିତ ନିଆଁ ॥
ଉପମାନ ପ୍ରୀତି ସିନ୍ଦୁକ ଗହ୍ୱରେ
ଉପମା ପିଆଲା ଭରି,
ଉପମାର ତପ୍ତ ପୀରତି ମଧୁରେ
ଉପମିତ ଗୋ ଭ୍ରମରୀ ॥
ଉପମାର ତୁମେ ମୋ ମନର ରମ୍ଭା
ଉପମାନେ ପ୍ରୀତି ପରି,
ଉପମା ମଣ୍ତଳେ ତୁମେ ଧୃବତାରା
ଉପମିତ ଗୋ ସୁନ୍ଦରୀ ॥
-------ଗୈାରାଂଗ ଚରଣ ବେଉରା-------
-----ଶିକ୍ଷକ,କୁଲିଆମାଲ ଉଚ୍ଚ ବିଦ୍ୟାଳୟ------