Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajalaxmi Tripathy

Others

3  

Rajalaxmi Tripathy

Others

କବିତା

କବିତା

1 min
13.4K


ଜାଣେନା କେଉଁଠାରେ

ଦେଖାହେଲା ତୁମ ସହ

ପ୍ରାଚୀନ ଶିଳାଲେଖ ପରି

ଜଣାଇଲ କେତେ କଥା

ଅଜ୍ଞାତ ଓ ଜ୍ଞାତ ସହ

ବିଶାଳ ଅନ୍ଧକାର ଓ

ତାର ସମ୍ମୋହନ ଶକ୍ତିକୁ।

କିଏ ବା ଧରିବ ମୋର

ଭୀତିପ୍ରଦ ହସ୍ତ ଦୁଇଟିକୁ,

କିଏ ବା ପାରିବ ବୁଝି

ମାମୁଲି ମଣିଷଟିର

ଅସହାୟ, ଅସମର୍ଥ ଗତି,ଛନ୍ଦ ସବୁ।

ତୁମେ ହିଁ ତ ସେହି ସୁକ୍ଷ୍ଣ ସତ୍ତା

ଜାଣିଛ ମୋ ଚେତନାର

ପ୍ରତ୍ୟେକ ସ୍ପନ୍ଦନ,

ସେଥିପାଇଁ ପ୍ରତୀକ୍ଷା କରିଛ

ବାଣ୍ଟିବାକୁ ମହାଜଡ଼ ମଧ୍ୟେ

ଅନନ୍ତ ପ୍ରସାରି ଦିଗବଳୟର

ଅନ୍ତରଙ୍ଗ ଅନୁଭବ।

।।।ରାଜଲକ୍ଷ୍ଣୀ।।।


Rate this content
Log in