Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Others

1.7  

Debabrata Jena

Others

ନୀଡ଼

ନୀଡ଼

1 min
433


ସପନ ନୀଡ ଯେ ଗଢିଥିଲି ମୁହିଁ

ତୋହରି ବାଟକୁ ଚାହିଁ ।

ଦିଶାହୀନ ପକ୍ଷୀ ହୋଇ ଉଡିଗଲୁ

ଏକୁଟିଆ କରି ଦେଇ ।।

ଖୋଜି ବୁଲେ ତୋତେ ବେଳାଭୂମି ତୀରେ

ହେଲୁ କି ଲୋଟଣି ପାରା ?

ଲେଉଟାଣି ନେଇ ଫେରି କି ଆସିବୁ

ଦେବୁ ମୋ ହାତରେ ଧରା ??

ଅପେକ୍ଷା କରେ ମୁଁ ତୋ ଆଗମନକୁ

ସାଜିଣ ପ୍ରେମ ମଇନା ।

ସପନ ନୀଡରେ ତୋର ଉପସ୍ଥିତି

କାହିଁକି ଦେଖେ ଜାଣେନା ??

କେଉଁ ଲକ୍ଷ୍ୟପଥେ ହେଲୁ ଅଗ୍ରସର

ଶୂନ୍ୟତା ସୃଜି ମୋ ପାଈଁ ?

ନୀଡ଼ ହରା ହୋଇ ଆନମନା ହୁଏ

ତୋ ଫେରନ୍ତା ବାଟ ଚାହିଁ ।।



Rate this content
Log in