Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Drama Romance Tragedy

4.8  

ବି. ନିରୁପମା

Drama Romance Tragedy

ଇଏ ଜମା ଭଲ ନୁହଁ

ଇଏ ଜମା ଭଲ ନୁହଁ

1 min
1.6K



ଟିକିଏ କଥାରେ ମାନ କରୁଅଛ,

ଇଏ ଜମା ଭଲ ନୁହଁ,

ମୋର ଭଲ ମନ୍ଦ କିଛି ନ ପଚାରି,

ବୁଲେଇ ନେଉଛ ମୁହଁ ।


ଏ ମରମ କଥା କା'ଆଗେ କହିବି ,

କିଏବା ବୁଝିବ କୁହ,

ମୁଁ କାନ୍ଦି ପାରୁନି, ତୁମେ ସିନା ରୁଷି,

ଝରେଇ ପାରୁଛ ଲୁହ ।


ଦୁନିଆ ଯାକର ଭାର ମୋ ଉପରେ

ଜାଣିନାହଁ କିଗୋ ତୁମେ,

ସବୁ ବୁଝି କିଆଁ ଅବୁଝା ହେଉଛ,

ଶୁଣିଲେ ହସିବେ ଜନେ ।


ସବୁ ଦୋଷ ମୋତେ ଲଦି ଦେଉଅଛ,

ଘଡ଼ିଏ ଚାହିଁଲ ବୋଲି,

ତୁମରି ପାଶକୁ ଧାଇଁ ଆସିଛି ମୁଁ,

ଦୁନିଆ ଜଞ୍ଜାଳ ଭୁଲି।


ମାନ ତେଜ ଏବେ ଆଗୋ ମାନମୟୀ,

ହୃଦୟ ହେଲାଣି ଦହି,

ଦୁନିଆ ଭାରଠୁଁ ତୁମ ମାନ ଭାରୀ

ଆଉ ନ ପାରିବି ସହି।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Drama