Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Timir Chandra Mohapatra

Tragedy

2  

Timir Chandra Mohapatra

Tragedy

ଅବଶୋଶ

ଅବଶୋଶ

1 min
6.9K


ବୟସର ସାୟାହ୍ନରେ,      ରୋମନ୍ଥନ ହୁଏ ଆଜି,

        ଅତୀତର ମିଠା ମିଠା ସ୍ମୃତି,

ଇଛା ହୁଏ ଆଣନ୍ତି କି,      ଏଇ ହାତ ପାପୁଲିରେ,

        ସେସବୁକୁ ପାଖକୁ ସାଉଁଟି !

ଭାରି ମନେପଡେ କାହିଁ,     ପଛେ ଛାଡ଼ି ଆସିଥିବା,

        ପ୍ରତ୍ୟେକଟି ଅଭୁଲା ମୂହୁର୍ତ୍ତ,

କେତେ ଆମୋଦଦାୟକ,   ଥିଲା ସତେ ବନ୍ଧୁ ପ୍ରୀତି,

       ସମ୍ପର୍କଟା ଥିଲା ଯେ ନିଃସର୍ତ୍ତ ।

ଜୀବନ ଚଲା ରାସ୍ତାରେ,     ଜଞ୍ଜାଳକୁ ସାଥୀ କରି,

         ସ୍ମୃତି ସବୁ ପଛରେ ପକାଇ,

ଅନିଚ୍ଛା ସତ୍ତ୍ୱେ ବି ହୁଏ,       ମଣିଷ ପାଇଁ କି ପରା,

        ଅତୀତଠୁ ଯିବାକୁ ଦୂରେଇ ।


Rate this content
Log in

Similar oriya poem from Tragedy