Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudama Lenka

Others

3  

Sudama Lenka

Others

କିଏ ବା ନଜାଣେ  ସେ ମା' କୁ

କିଏ ବା ନଜାଣେ  ସେ ମା' କୁ

1 min
13.5K


ଦୁଃଖ ହାରିଣୀ ଯେ ମା' ତାରିଣୀ ସେ ,

           କିଏବା ନଜାଣେ ସେ ମାଆକୁ !

ଛାଡି ଶ୍ରୀକ୍ଷେତ୍ରକୁ ଭକତ ପାଇଁକି ,

             ଆସିଲା ସେ ଘଟଗାଁକୁ !!

ଭକତର ଡ଼ାକ ତାକୁ ଯେ ଅବାଟ ,

            ନଦେଖେ ସେ ଆଗପଛକୁ !

ସେଥିପାଇଁ ସିଏ ମହିଂସାକୁ ମାରି ,

             ରଖିଲା ଜଗତଯାଙ୍କୁ !!

ପ୍ରୀତିର ପରାଗେ ହୃଦୟରୁ ଡାକେ ,

          ପାଏ ଯିଏ ସେହି ମାଆକୁ !

ମାଆ ତ ଅମୃତ ସେନେହରେ ପ୍ରୀତ ,

           ଧରିନିଏ ତା'ର ନାଁକୁ !!

         କିଏ ବା ନ ଜାଣେ ସେ ମାଆ କୁ....

 

ରକ୍ଷା କବଚଟେ ବାନ୍ଧିବି ବୋଲିକି ,

              ବୁଲୁଥାଏ ଗାଁ ,ଗାଁକୁ !

ମାଆ ତ ସେଠାରେ ଅଧିଷ୍ଠାତ୍ରୀ ଦେବୀ ,

              ରଖିଲା ମୋ ଜୀବନକୁ !!

ଫୁଲ ,ଫଳ ପୂର୍ଣ୍ଣ ବଣ ମୁଁ ଦେଖିଛି ,

              ଦେଖିନାହିଁ ଶାଳ ବଣକୁ !

ନୀଳ ବର୍ଣ୍ଣ ଦିଶେ ପର୍ବତ ଶିଖରେ ,

              ଚାହିଁଥାଏ ଖାଲି ମାଆକୁ !! 

ମନ୍ଦାର ବଗିଚା ଦିଶେ କେଡେ ଶୋଭା ,

            ନାଲି ରଙ୍ଗ ତାର ଦେହକୁ !

ଭକତଟେ ଯେବେ ଭକତି ମନରେ ,

           ଟେକି ଦିଏ ତାର ମଥାକୁ !!

         କିଏ ବା ନ ଜାଣେ ସେ ମାଆକୁ.....


Rate this content
Log in