Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ଶ୍ରୀ ପଂଚମୀ

ଶ୍ରୀ ପଂଚମୀ

1 min
7.0K


ପ୍ରଜାପତି ପୁତ୍ରୀ ତୁମେ ବିଷ୍ଣୁଙ୍କ ଘରଣୀ

ଶ୍ୱେତବସ୍ତ୍ରା ସରସ୍ୱତୀ ବିଦ୍ୟାଦାତ୍ରୀ ପୁଣି ।

ବୀଣା ବାଦ୍ୟରେ ନିପୁଣା ଅଟ ପଦ୍ମାସନା

ହଂସ ବାହନଟି ତବ କଣ୍ଠ ବୀଣା ଜିଣା ।

କଳା ସଂଗୀତ ସାହିତ୍ୟ ତୁମ ଅବଦାନ

ତବ କୃପା ବଳେ ମନ୍ଦବୁଦ୍ଧି ପାଏ ଜ୍ଞାନ ।

ଜ୍ଞାନ ବଳେ ଧନ ମାନ ହୁଏ ଅରଜନ

ତବ କୃପା ଯା'ରେ ହୁଏ ମହତ ସେ ଜନ ।

ସବୁଠୁ ପବିତ୍ର ଶ୍ରୀ ପଂଚମୀ ତବ ଦିନ

ତିଥି ଲୋଡା ନାହିଁ କରିବାକୁ ଶୁଭ କର୍ମ ।

ଜଂଗଲରୁ କାଷ୍ଠ ରଥ ଖଳାକୁ ଆସଇ

ରଥଯାତ ପାଇଁ ଶିଳ୍ପୀ ଶୁଭ ମନାସଇ ।

କୃପାକର ମାତ ଆଜି ବଢୁଛି ଅଶିକ୍ଷା

ଅନ୍ଧବିଶ୍ୱାସୀ ଧର୍ମାନ୍ଧ ଠାରୁ କର ରକ୍ଷା ।

ବାସ୍ତବ ଶିକ୍ଷାର ଗଢା ହେଉ ମୂଳଦୁଆ

ଅବିଦ୍ୟା ଦୂରେଇ ଗଢ ନୂତନ ଦୁନିଆ ।


Rate this content
Log in