ହଜି ପାରୁନାହିଁ ସ୍ଵପ୍ନଟେ ଭାବି
ହଜି ପାରୁନାହିଁ ସ୍ଵପ୍ନଟେ ଭାବି
ହଜି ପାରୁନାହିଁ ସ୍ଵପ୍ନଟେ ଭାବି
ଆଖି ପଲକରେ ସାଇତି ରଖିଛି
ଅତୀତର ଆମ ଅଭୂଲା ମୁହୂର୍ତ୍ତର
କିଛି ଭିଜା ଭିଜା ସ୍ମୃତି
ହସି ବି ପାରୁନି କାନ୍ଦି ପାରୁନି
ବେଦନା ଲୁହରେ ସରେ ମୋ ରାତି ।
ନିଷ୍ପେସିତ ଏଇ ହୃଦୟରେ ମୋର
ଅସହାୟତାର କରୁଣ ଝଡ଼
ଆଖି ଲୁହ ମୋର ଓଠ ପିଏ ନିତି
ହୃଦୟକୁ କରି ସ୍ମୃତି ପାହାଡ ।
ପ୍ରାରବ୍ଧ କର୍ମର କେଉଁ ଭୂଲ୍ ପାଇଁ
ନିୟତି ଟାଣିଲା ମୋ କପାଳେ ଗାର
ଲିଭେଇବା ପାଇଁ ସବୁ ତପ ଜପ
ନିମିଶକେ ହେଲା ନିଷ୍ଫଳ ମୋର ।
ଆକାଶ ଚାନ୍ଦକୁ ଚାହିଁ ମୁଁ ନଥିଲି
ଖାଲି ଚାହିଁଥିଲି ତୋ’ସ୍ନେହ ପ୍ରୀତି
ଭାଗ୍ୟ ବିଧାତା ମୋ ସାଥେ ଖେଳିଲେ
ଝୁରି ହୁଏ ଏବେ ଧରି ତୋ’ ସ୍ମୃତି ।
ଅସହାୟତାର ଦୀର୍ଘ ଶ୍ଵାସ ମୋର
ପ୍ରତି ମୁହୂର୍ତ୍ତରେ ତତେ ତ ଖୋଜେ
ତୋ’ ସ୍ମୃତିରେ ହଜି ଦିନ ସରିଯାଏ
ହେଲେ କେବେ ହଜିନାହିଁ ସ୍ଵପ୍ନଟେ ଭାବି ।