Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Parshuram Biswal

Others

4  

Parshuram Biswal

Others

ମଣିଷପଣିଆ କେହି ଖୋଜୁନାହିଁ

ମଣିଷପଣିଆ କେହି ଖୋଜୁନାହିଁ

1 min
13.6K


ମଣିଷପଣିଆ କେହି ଖୋଜୁନାହିଁ

 

ପର୍ଶୁରାମ ବିଶ୍ୱାଳ

 

ପୁଅ ହବ ବଡ଼ ଡାକତରଟିଏ, ହବ ସେ ଇଞ୍ଜିନିୟର,

ସବୁ ବାପା-ମାଆ ଏଇ ଚିନ୍ତା କରି ବଢ଼େଇଚନ୍ତି ବେକାର,

ମଣିଷପଣିଆ କେହି ଖୋଜୁନାହିଁ,

ମୂଲ୍ୟବୋଧ ଜୀବନର ।

 

ବିଲବାଡ଼ି ଆଜି ପଡ଼ିଆ ହେଲାଣି, ସବୁଠି ଚାକିରି ଖୋଜା,

ପାଠ ପଢ଼ି ଭଲ ଚାଷୀଟିଏ ହବ, ଚାଖିବ ଚାଷର ମଜା,

ଦାନା ମୁଠେ ପ୍ରଭୁ ଯୋଗାଡ଼ ନହେଲେ

ମୂଲଟି ନାହିଁ କାହାର ।

 

କହ ତୁ ବୁଝେଇ ଶିକ୍ଷିତ ବେକାର ଯୁବକ କାହିଁ ନଯାଉ,

ମାଟିମାଆ ସେବା କରି ନିତିଦିନ ସୁନାଫସଲ ଫଳାଉ,

ହସିଉଠିବ ଏ ରାଇଜଟା ସିନା

ହସିଉଠିବ ତା ଘର ।

 

ବୁଝେଇ କହିଦେ କାଳିଆ ତୁ ଆଜି ଏ ରାଇଜ ସରକାର,

ଭଲ ଚାଷ ପାଇଁ ଖରଚ କରୁ ସେ ଅଧା ରାଜକୋଷ ତା’ର,

ଚାଷରେ ରହିବ ଯେମିତି ତା ପୁଅ

ଛାଡ଼ି ଚାକିରିଟି ତା’ର ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in