Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Jagabandhu Sahu

Others

3  

Jagabandhu Sahu

Others

ମୁଁଁ ତୁମକୁ ଭଲପାଏ

ମୁଁଁ ତୁମକୁ ଭଲପାଏ

1 min
274


ଫୁଲଠୁ  ସୁନ୍ଦର  ଆହୁରି  ମୋ ପ୍ରିୟା

     ଫୁଲଠୁ କଅଁଳ ମନ

ହସେ ଖିଲି  ଖିଲି  ଆକାଶକୁ  ଚାହିଁ

    ଦେଖି ପୁଣି ରୂପା ଜହ୍ନ ।

ଖେଳୁ ଥାଏ ସଦା ସେ ଫୁଲ ସାଥିରେ

     କରି ତା ସଙ୍ଗାତ ମିତ

ଏମିତି ଗେହ୍ଲେଇ ମୋ ପ୍ରିୟା ଫୁଲେଇ

    ଦେଖି ହେଲି ଆଚମ୍ବିତ ।

ଚାହିଁ ଦିଏ  ଯେବେ ତା ଚାନ୍ଦ ମୁଖକୁ

    ପେଟ ମୋର ପୁରି ଯାଏ

ଇଶାରାରେ ପୁଣି କେତେ କଥା ମୋତେ

     କହି କହି ଚାଲିଯାଏ ।



Rate this content
Log in