Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Sashi Bhushan Mohapatra

Others

5.0  

Dr.Sashi Bhushan Mohapatra

Others

ତୋ ଆଖି,ତୋ ଦେହ ,ତୋ ମନ

ତୋ ଆଖି,ତୋ ଦେହ ,ତୋ ମନ

1 min
421




ଜାଣିଛି:

ତୋ ଆଖି

ଆଖି ନୁହେଁ

ସାଗର ଶାମୁକା,

ତୋ ଆଖିରୁ ଝରୁଥିବା

ପାଣି, ଲୁହ ନୁହେଁ

ତା' ଅଟେ ଶାମୁକା ମୁକୁତା |

ଢାଳିବାକୁ ଅଛି ଯଦି ଢ଼ାଳିଦେ

ମୋ ଆଖିକୁ କରିଛି ସାଗର

ସାଗର ସାଗର ଲୁହରେ

ସାଇତିବାକୁ ମୁକୁତା ତୋର |


ଜାଣିଛି:

ତୋ ଦେହ

ଦେହ ନୁହେଁ

ପ୍ରେମର ମନ୍ଦିର

ତୋ ଦେହରେ ଜଳୁଥିବା

ଯୌବନ,ନିଆଁ ନୁହେଁ

ତା' ଅଟେ ପ୍ରଣୟ ସଳିତା |

ଜାଳିବାଜୁ ଅଛି ଯଦି ଜାଳିଦେ

ମୋ ଦେହକୁ କରିଛି ଊହ୍ନେଇ

ଊହ୍ନେଇ ଊହ୍ନେଇ ନିଆଁରେ

ସେକିବାକୁ ଦେହ ତୋର |


ଜାଣିଛି:

ତୋ ମନ

ମନ ନୁହେଁ

ଫୁଲର ବଗିଚା

ତୋ' ମନରେ ଉଙ୍କିମାରୁଥିବା

ଜହ୍ନ, ସ୍ବପ୍ନ ନୁହେଁ

ତା' ଅଟେ ଜୀବନ କବିତା |

ପଢିବାକୁ ଅଛି ଯଦି ପଢିଦେ

ମୋ ମନକୁ କରିଛି ରଙ୍ଗୀନ

ରଙ୍ଗୀନ ରଙ୍ଗୀନ ସ୍ୱପ୍ନରେ

ମୋହିବାକୁ ମନକୁ ତୋର |

***********************

ଡଃ ଶଶୀ ଭୂଷଣ ମହାପାତ୍ର



Rate this content
Log in