Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pratap nayak

Inspirational

3  

pratap nayak

Inspirational

ବନ୍ଧୁରେ

ବନ୍ଧୁରେ

1 min
146


ବନ୍ଧୁରେ....ବନ୍ଧୁରେ....

ଆସିଥିଲୁ ଦିନେ ଏଧରା ପୃଷ୍ଟକୁ

କରିବାକୁ ଲୀଳା ଖେଳା

ବନ୍ଧୁରେ କରିବାକୁ ଲୀଳା ଖେଳା

ଏତେ ସପନକୁ ରାତି ନାହିଁ ବୋଲି

ହେଲୁ ତୁହି ବାଟବଣା

ବନ୍ଧୁରେ ହେଲୁ ତୁହି ବାଟବଣା ।


ସରମ ଘରେ ତୋ ମରମ ଜଳୁଛି

ହେଉଛୁ ତୁ ଛଟପଟ

ବନ୍ଧୁରେ ହେଉଛୁ ତୁ ଛଟପଟ

ଅଝଟ ଛାଟିଆ ବାଜେରେ ତୋ ଠେଇଁ

କରୁ ଆଖି ମଟମଟ

ବନ୍ଧୁରେ କରୁ ଆଖି ମଟମଟ ।


ଛପନ ଛାନିଆଁ ଛାତି ବିଦାରୁଛି

କାହିଁ କରୁ ଏତେ ଆଣ୍ଟ

ବନ୍ଧୁରେ କାହିଁ କରୁ ଏତେ ଆଣ୍ଟ

ବାରଶ ମଣିଆଁ ସଜେଇ ହଉଛି

ଭାଙ୍ଗିଯିବ ସବୁ ଦମ୍ଭ

ବନ୍ଧୁରେ ଭାଙ୍ଗିଯିବ ସବୁ ଦମ୍ଭ ।


ଛୋପରି ମାଉସୀ ହଉଛି ଦରାଣ୍ଡି

ଫେରିଯିବ ତାର ପାସ

ବନ୍ଧୁରେ ଫେରିଯିବ ତାର ପାସ

ମଢାମଢା ବୋଲି କେତେ ଯେ ବାରିବେ

ହବନି ତୋର ବିଶ୍ୱାସ

ବନ୍ଧୁରେ ହବନି ତୋର ବିଶ୍ୱାସ ।


ସୁଧୁରି ଯାଆରେ ଦିନ ଥାଉଥାଉ

ହସିଖେଳୁଥାରେ ମନ

ବନ୍ଧୁରେ ହସିଖେଳୁଥାରେ ମନ

ମରଣ ବାୟାଣୀ ହାତ ଠାରିଲାଣି

ଆସିଧରିବତୋ କାନ

ବନ୍ଧୁରେ ଆସିଧରିବତୋ କାନ

ବନ୍ଧୁରେ....ଆସିଧରିବତୋ କାନ

ବନ୍ଧୁରେ....ଆସିଧରିବତୋ କାନ ।


Rate this content
Log in